ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର: ବାଲି, ପଥର ଚୋରା ଚାଲାଣ ବେଳେ ଧରା ପଡ଼ିଲା ୭ଟି ବାଲି ଟ୍ରାକ୍ଟର। ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ ସୋମବାର ଚୋରା ଚାଲାଣ ହେଉଥିବା ବାଲି ଓ ପଥର ଭର୍ତ୍ତି ଟାକ୍ଟର ଉପରେ ଚଢ଼ାଉ କରି ଥାନାରେ ଅଟକ ରଖିଛନ୍ତି।

ନବରଙ୍ଗପୁର ବ୍ଲକ ଚଟାହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଜାମୁଗୁଡ଼ା ଗ୍ରାମ ନିକଟରେ ପ୍ରବାହିତ ସିଉନି ନଦୀରୁ ବିନା ଅନୁମତିରେ ପାଞ୍ଚଟି ଟ୍ରାକ୍ଟର ବାଲି ଭର୍ତି କରି ନବରଙ୍ଗପୁର ଆସୁଥିବା ଉପ ଜିଲ୍ଲାପାଳ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ସେହି ଦିଗକୁ ଆସୁଥିବା ଅନ୍ୟ ଦୁଇଟି ବେଆଇନ ପଥର ଭର୍ତ୍ତି ଟ୍ରାକ୍ଟରକୁ ମଧ୍ୟ ଚଢ଼ାଉ କରଯାଇଥିଲା। ସାତଟି ଟ୍ରାକ୍ଟର ମାଲିକ କାଗଜପତ୍ର ଦେଖାଇବାରେ ବିଫଳ ହେବାରୁ ସମସ୍ତ ଟ୍ରାକ୍ଟରକୁ ନବରଙ୍ଗପୁର ଥାନାରେ ଅଟକ ରଖାଯାଇଛିl

ନବରଙ୍ଗପୁରର କୋଶାଗୁମୁଡ଼ା, ପାପଡ଼ାହାଣ୍ଡି, ଡାବୁଗାଁ, ନନ୍ଦାହାଣ୍ଡି, ତେନ୍ତୁଳୀଖୁଣ୍ଟି ଓ ନବରଙ୍ଗପୁର ବ୍ଲକରେ ଅନେକ ଥର ବାଲି ଚୋରା ଚାଲାଣ ହୋଇ ଅନ୍ୟ ରାଜ୍ୟକୁ ଯାଉଥିବା ଅଭିଯୋଗ ହୋଇ ଆସୁଥିଲା। କିନ୍ତୁ, ପ୍ରଶାସନର ନୀରବତା ଯୋଗୁଁ ବାଲି ଓ ପଥର ମାଫିଆମାନେ ନବରଙ୍ଗପୁରରୁ ବାଲି ଉଠାଇ ଆନ୍ଧ୍ର ଓ ଛତିଶଗଡ଼କୁ ଚାଲାଣ କରୁଥିଲେ।

Comment