ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗିରଫ ହେଲେ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡା। ପ୍ରମୋଦଙ୍କୁ କଟକରୁ ଗିରଫ କରିଛି କୋରାପୁଟ ପୋଲିସ ସ୍ପେଶାଲ ସ୍କ୍ଵାଡ୍‌। ଡିଇଓଙ୍କ ବାସଭବନରେ ଶିକ୍ଷକଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଛି।

ଡିସେମ୍ଵର ୮ ତାରିଖରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା କୋରାପୁଟ ଡିଇଓଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ମାନସିକ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟ ମଧ୍ୟ ମିଳିଥିଲା। ସୁଇସାଇଡ୍‌ ନୋଟରେ ଡିଇଓଙ୍କ ସହ ୮ ଜଣଙ୍କୁ ଦାୟୀ କରାଯାଇଥିଲା।

ପୂର୍ବରୁ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ପ୍ରମୋଦ ପଣ୍ଡାଙ୍କୁ ଗିରଫ ହୋଇଥିବା ନେଇ ସୂଚନା ଦେଇଛି କୋରାରପୁଟ ପୋଲିସ।

ମୃତ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଦଶମନ୍ତପୁର ବ୍ଳକର ଚିକମ୍ବା ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାମ କରୁଥିଲେ। ୬ ବର୍ଷ ହେଲା ସେ ଡେପୁଟେସନରେ ଡିଇଓଙ୍କ କାର୍ଯ୍ୟାଳୟରେ କାମ କରିବା ସହ ତାଙ୍କ ଆବାସିକ କାର୍ଯ୍ୟାଳୟ ଦାୟିତ୍ୱରେ ମଧ୍ୟ ଥିଲେ।

Comment