ଓଡ଼ିଶାଲାଇଭ୍ ବ୍ୟୁରୋ
- ୧୬ଟି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା
- ୯ଟି ଜିଲ୍ଲାରେ ଘନ କୁହୁଡ଼ି
- ୧୨ ତାରିଖ ଯାଏଁ ଲାଗି ରହିବ କୁହୁଡ଼ି
ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ୧୬ଟି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। କେତେକ ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ରହିବ। ୯ଟି ଜିଲ୍ଲାରେ ଘନ ଲାଗି ରହିଛି। ଏଭଳି ସ୍ଥିତି ୧୨ ତାରିଖ ଯାଏଁ ଲାଗି ରହିବ।
ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ୧୬ଟି ଜିଲ୍ଲା ଯଥା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବୌଦ୍ଧ, ସୋନପୁର, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବ।
୧୧ ଓ ୧୨ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଲାଗି ଯୋଗୁଁ ପାଣିପାଗ ବିଭାଗ ପକ୍ଷରୁ ୟୋଲୋ ଓ୍ୱାର୍ଣ୍ଣଂ ଜାରି କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ସର୍ବାଧିକ ୧୨ ମିମି ବର୍ଷା ରେକର୍ଡ କରାଯାଇଛି।