ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ପୌରାଞ୍ଚଳରେ ଶନିବାର ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଛି। କାର୍ଯ୍ୟ ନିବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ୪୨୪ ଜଣ ହିତାଧିକାରିଙ୍କୁ ନୂତନ ଭାବେ ଭତ୍ତା ବଣ୍ଟନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ପାଣିଗ୍ରାହୀ, ପୂର୍ବତନ ଉପଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରଥ, ବରିଷ୍ଠ କିରାଣି, ଷ୍ଟେନୋ, ପୂର୍ବତନ କାଉନସିଲର ଜସ ପାଲ ସିଂ, ମନୋଜ କୁମାର ବେହେରା, ନବିନ ପାତ୍ର, ବାଦଲ ସାନ୍ତ୍ରାପାତ୍ର, ୟାଏସ ଖାନ୍ନା, ସିମାଞ୍ଚଳ ବିଷୋୟୀ, ଜ୍ୟୋସ୍ନରାଣି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲୋ

ଜୟପୁର ପୌରାଞ୍ଚଳରରେ ଥିବା ଅବିବାହିତ, ବିଧବା, ଭିନ୍ନକ୍ଷମ, ବାଦ୍ଧକ୍ୟ ଭଳି ୪୨୪ ଜଣ ହାତାଧିକାରୀଙ୍କୁ ନୂତନ ଭାବେ ଭତ୍ତା ବଣ୍ଟନ କରାଯାଇଥିଲା। ଏହି ଅବସରରେ ବିଧାୟକ ବାହିନୀପତି ସହରର ବିକାଶ କରିବାପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ।

Comment