ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଲକତାର ବେଲୁର ମଠରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ତଥା ଯୁବ ଦିବସ ଅବସରରେ ମୋଦୀ ସେଠାରେ ପହଞ୍ଚିଛନ୍ତି। ଏହି ଅବସରରେ ସେଠାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହାସହ ଯୁବପିଢ଼ିଙ୍କୁ ସିଏଏକୁ ନେଇ ବାର୍ତ୍ତା ମଧ୍ୟ ଦେଇଛନ୍ତି।

ଏହି ଅବସରରେ ମୋଦୀ କହିଛନ୍ତି, “ସିଏଏକୁ ନେଇ ଯୁବପିଢ଼ିଙ୍କ ମନରେ ଅନେକ ପ୍ରଶ୍ନ ଭରି ରହିଛି। ଏହାକୁ ନେଇ ମଧ୍ୟ କିଛି ଯୁବପିଢ଼ି ଭ୍ରମରେ ରହିଛନ୍ତି। ସିଏଏକୁ ନେଇ ଯୁବପିଢ଼ି ସଚେତନ ହେବା ଜରୁରୀ। ଏହି ଭ୍ରମରୁ ବାହାରିବା ପାଇଁ ଯୁବପିଢ଼ି ସାମ୍ନାକୁ ଆସନ୍ତୁ। ସମସ୍ୟା ସହ ସାମ୍ନା କରି ସଫଳତାକୁ ଆପଣାନ୍ତୁ। ଭାରତର ଯୁବପିଢ଼ିଙ୍କଠାରୁ ସାରା ଦୁନିଆ ବହୁତ କିଛି ଆଶା କରେ।“

ସ୍ଵାମୀ ବିବେକାନନ୍ଦଙ୍କ କଥା ଆମକୁ ସବୁ ବେଳେ ମନେ ରଖିବାକୁ ହେବ। ତାଙ୍କର ସଂକଳ୍ପ ସିଦ୍ଧି ପ୍ରାପ୍ତି ଆଡ଼କୁ କଢ଼େଇ ନିଏ। ବିବେକାନନ୍ଦଙ୍କ ଜୀବନ ଶୈଳୀ ଅନନ୍ୟ ଓ ତାଙ୍କ ଆଦର୍ଶ ଅନୁକରଣୀୟ ବୋଲି ମୋଦୀ କହିଛନ୍ତି।

ପ୍ରତି ବର୍ଷ ଜାନୁଆରି ୧୨କୁ ଦେଶବ୍ୟାପି ଯୁବ ଦିବସ ଭାବେ ପାଳନ କରାଯାଏ। ଆଧୁନିକ ଭାରତର ନିର୍ମାତା କୁହାଯାଉଥିବା ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଏ। ବିବେକାନନ୍ଦଙ୍କ ଦର୍ଶନ ଓ ଆଦର୍ଶ ଆଡ଼କୁ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଭାରତ ସରକାର ତାଙ୍କ ଜନ୍ମ ଦିବସକୁ ଯୁବ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ।

Comment