ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଚଢାଉ କରିଛି ଜୟପୁର ସଦର ପୋଲିସ। ୨ଟି ବାଇକରେ ଲମତାପୁଟଠାରୁ କଳାହାଣ୍ଡି ଚାଲାଣ ହେଉଥିବା ବେଳେ ପୋଲିସ  ଖବର ପାଇ  ୩୨୬ ଜାତୀୟ ରାଜପଥ ବାମୁଣି ଗାଁ ଚେକ ଗେଟ ନିକଟରେ ଚଢାଉ କରିଥିଲା।

ଚଢାଉ କରି ୨ଟି ବାଇକ  ଗୋଟିଏ ମୋବାଇଲ ଓ ୪୨ କେଜି ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ପୋଲିସ  କଳାହାଣ୍ଡି କୋକସରାର ତ୍ରିନାଥ ମାଝୀ (୨୬) ଓ  ଜଗନ୍ନାଥ ମାଝୀ (୧୯) କୁ ଗିରଫ କରିଛି।

ଏମାନେ ୨ଟି ଜରି ବ୍ୟାଗରେ  ୪୨ କେଜି ଗଞ୍ଜେଇ ଧରି  ବାଇକରେ ଚାଲାଣ କରୁଥିବା ସଦର ଥାନା ଅଧିକାରୀ ଶିବ ଶଙ୍କର ସାହୁ ପ୍ରକାଶ କରିଛନ୍ତି।

Comment