ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାବାଳକ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଫାଇନ୍‌। କଟକ ବାରଙ୍ଗ ଥାନା ଛକରେ ଧରା ପଡ଼ିବା ପରେ ଜରିମାନା କଲା ପରିବହନ ବିଭାଗ। ନାବାଳକ ହୋଇ ଗାଡ଼ି ଚଲାଉଥିବାରୁ ୨୫ ହଜାର ଓ ବିନା ହେଲମେଟ୍‌ରେ ଗାଡ଼ି ଚଲାଉଥିବାରୁ ୧ ହଜାର ଟଙ୍କା ଜରିମାନା ହୋଇଛି।

ପୂର୍ବରୁ ମଧ୍ୟ କଟକ ମଧୁପାଟଣା ଛକରେ ଚେକିଂ ବେଳେ ଜଣେ ନାବାଳକ ଧରା ପଡ଼ିଥିଲେ। ତାଙ୍କୁ ୬ ହଜାର ଟଙ୍କା ଜରିମାନା କରାଯାଇଥିଲା।

ନୂଆ ଟ୍ରାଫିକ ନିୟମ ୩ ମାସ କୋହଳ କରାଯାଇଥିଲେ ମଧ୍ୟ ବିନା ହେଲମେଟରେ ଗାଡ଼ି ଚଲାଇବା, ଟ୍ରାଫିକ ନିୟମ ଭାଙ୍ଗିବା, ଫୋନରେ କଥା ହୋଇ ଗାଡ଼ି ଚଲାଇବା, ମଦ୍ୟପାନ କରି ଗାଡ଼ି ଚଲାଇବା ଓ ନାବାଳକଙ୍କ ଗାଡ଼ି ଚଲାଇବା ଉପରେ ଚାଲାଣ କଟାଯାଉଛି।

Comment