ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ମାସରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ଲିଷ୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପୁଣି ନୂଆଦିଲ୍ଲୀରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀର ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ସମସ୍ତ ୭୦ଟି ଯାକ ସିଟ୍ ପାଇଁ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହା ମଧ୍ୟରେ ଦଳ ବର୍ତ୍ତମାନ ୪୬ ଜଣ ବିଧାୟକଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି। ଏଥିସହିତ ୯ ଜଣ ନୂଆମୁହଁ ଓ ୮ ଜଣ ମହିଳାଙ୍କୁ ଦଳ ଏଥର ଟିକେଟ୍ ଦେଇଛି। ଏହାସହ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ପଟପଡଗଞ୍ଜରୁ ଟିକେଟ୍ ପାଇ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

ଆସନ୍ତା ଫେବ୍ରୁଆରି ମାସ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ କରାଯିବ। ଏହାପରେ ଫେବ୍ରୁଆରି ୧୧ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ କମିସନର ତାରିଖ ଘୋଷଣା କରିସାରିଛନ୍ତି। ମଙ୍ଗଳବାର ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ତାଲିକା ଘୋଷଣା କରିଥିଲାବେଳେ ଏପର୍ଯ୍ୟନ୍ତ ବିଜେପି ଓ କଂଗ୍ରେସ କେହି ବି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି।

Comment