ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ବିଜେପିର ନୂଆ ସଭାପତି ହୋଇପାରନ୍ତି ସମୀର ମହାନ୍ତି। ସହମତି ଭିତ୍ତିରେ ତାଙ୍କୁ ଦଳର ନୂଆ ସଭାପତି ପଦ ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଗୁରୁବାର ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ ପାଇଁ ପକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ବିଜେପି ରାଜ୍ୟ ପରିଷଦର ସମସ୍ତ ସଦସ୍ୟ, ଜିଲ୍ଲା ସଭାପତିମାନେ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ନାମ ପଞ୍ଜୀକରଣ କରିଛନ୍ତି। ଏହାରି ମଧ୍ୟରେ ବରିଷ୍ଠ ବିଜେପି ନେତା ତଥା ବର୍ତ୍ତମାନ ଦଳର ଉପ-ସଭାପତି ରହିଥିବା ସମୀର ମହାନ୍ତି ଦଳର ନୂଆ ସଭାପତି ହେବେ ବୋଲି ସ୍ଥିର ହୋଇଛି। ସମସ୍ତଙ୍କ ସହମତି ଭିତ୍ତିରେ ତାଙ୍କୁ ଦଳର ନୂଆ ସଭାପତି ପଦର ଦାୟିତ୍ୱ ମିଳିବ ବୋଲି ସୂଚନା ମିଳିଛି।

ସମୀର ଏକମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଭରିବେ, ତେଣୁ ସଭାପତି ପଦ ପାଇଁ ଆଉ କୌଣସି ନିର୍ବାଚନର ଆବଶ୍ୟକତା ପଡ଼ିବନାହିଁ। ଯଦି ଆଉ କୌଣସି ପ୍ରାର୍ଥୀ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ ନ କରନ୍ତି ତେବେ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟ ବିଜେପି ନିଜର ନୂଆ ସଭାପତି ପାଇବ ବୋଲି କୁହାଯାଉଛି।

Comment