ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ବିଜେପିର ନୂଆ ସଭାପତି ହୋଇଛନ୍ତି ସମୀର ମହାନ୍ତି।

“ରାଜ୍ୟ ବିଜେପିର ସଭାପତି ପଦ ପାଇଁ କେବଳ ସମୀର ମହାନ୍ତି ପାର୍ଥିପତ୍ର ଦାଖଲ କରିଛନ୍ତି। ତେଣୁ ସଭାପତି ପଦ ପାଇଁ ଆଉ କୌଣସି ନିର୍ବାଚନର ଆବଶ୍ୟକତା ପଡୁନାହିଁ। ସମୀର ମହାନ୍ତି ରାଜ୍ୟ ବିଜେପିର ନୂଆ ସଭାପତି ବୋଲି ଘୋଷଣା କରାଯାଉଛି”, ଗୁରୁବାର ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନକୁ ନେଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର ଏଭଳି କହିଛନ୍ତି।

ଗୁରୁବାର ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ ପାଇଁ ପକ୍ରିୟା ଆରମ୍ଭ ହୋଇଥିଲା। ଏଥିପାଇଁ ବିଜେପି ରାଜ୍ୟ ପରିଷଦର ସମସ୍ତ ସଦସ୍ୟ, ଜିଲ୍ଲା ସଭାପତିମାନେ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ପ୍ରଥମେ ନାମ ପଞ୍ଜୀକରଣ କରିଥିଲେ। ଏହାପରେ ମଧ୍ୟରେ ବରିଷ୍ଠ ବିଜେପି ନେତା ତଥା ବର୍ତ୍ତମାନ ଦଳର ଉପ-ସଭାପତି ରହିଥିବା ସମୀର ମହାନ୍ତି ଦଳର ନୂଆ ସଭାପତି ହେବେ ବୋଲି ଶୁଣିବାକୁ ମିଳିଥିଲା। କେବଳ ଜଣେ ମାତ୍ର ସଭାପତି ପାର୍ଥୀ ଭାବେ ସେ ପାର୍ଥିପତ୍ର ଦାଖଲ କରିବେ। ତେଣୁ ଆଉ କୌଣସି ନିର୍ବାଚନର ଆବଶ୍ୟକତା ପଡ଼ିବ ନାହିଁ ବୋଲି କୁହାଯାଇଥିଲା।

ଏହାପରେ ଏକମାତ୍ର ପାର୍ଥୀ ଭାବେ ସମୀର ମହାନ୍ତି ପାର୍ଥିପତ୍ର ଦାଖଲ କରିଥିଲେ। ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବର୍ତ୍ତମାନର ରାଜ୍ୟ ବିଜେପି ସଭାପତି ଥିବା ବସନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ତାଙ୍କର ପାର୍ଥିପତ୍ର ଦାଖଲ କରିଥିଲେ। ଏହାପରେ କେବଳ ବିଧିବଦ୍ଧ ଭାବେ ଘୋଷଣା କରିବା ବାକି ରହିଥିଲା। ସନ୍ଧ୍ୟାରେ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଧିବଦ୍ଧ ଭାବେ ଏହା ଘୋଷଣା କରିବା ସହ ସମୀର ରାଜ୍ୟ ବିଜେପିର ନୂଆ ସଭାପତି ହୋଇଛନ୍ତି। ଶୁକ୍ରବାର ସେ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବେ।

Comment