ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱକପ୍‌ ୨୦୧୯ରେ ଭାରତୀୟ କ୍ରିକେଟ ଟିମ୍‌କୁ ଚିଅର୍‌ କରି ଚର୍ଚ୍ଚାକୁ ଆସିଥିବା ୮୭ ବର୍ଷୀୟା ବୃଦ୍ଧା ଚାରୁଲତା ପଟେଲଙ୍କ ପରଲୋକ ଘଟିଛି। ବିସିସିଆଇ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି।

ବିଶ୍ୱକପରେ ଭାରତ ଓ ବାଂଲାଦେଶ ମ୍ୟାଚରେ ଚାରୁଲତାଙ୍କୁ ଦେଖିବାକୁ ମିଳିଥିଲା।

ମ୍ୟାଚ୍ ସମୟରେ ହାତରେ ତ୍ରିରଙ୍ଗା ପତାକା ଏବଂ ଲମ୍ବା ତୂରୀ ସହ ଭାରତୀୟ ଟିମ୍ କୁ ଚିଅର୍ କରୁଥିଲେ ଚାରୁଲତା। ଭାରତର ବ୍ୟାଟିଂ ବେଳେ ସମସ୍ତ ଚୌକା, ଛକା ଓ ଶତକ ବେଳେ ସାଥୀ ପ୍ରଶଂସକଙ୍କ ସହ ଜୋରଦାର ସେଲିବ୍ରେସନ୍ କରୁଥିଲେ ଚାରୁଲତା। ବୟସ ଅଧିକ ଯୋଗୁଁ ହ୍ୱିଲ୍ ଚେୟାରରେ ବସି ଖୁସି ମନାଉଥିଲେ ସେ।

ମ୍ୟାଚ୍ ଶେଷ ପରେ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମା ଆସି ଚାରୁଲତାଙ୍କୁ ଦେଖାକରିଥିଲେ। ଚାରୁଲତା ଉଭୟଙ୍କ ମୁଣ୍ଡ ଆଉଁସି ଆର୍ଶୀବାଦ ଦେବା ସହ ଗାଲରେ ଗେଲ କରିଥିଲେ। ଏହି ମୁହୂର୍ତ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। ଏହି ପ୍ରଂଶସକଙ୍କୁ ଭେଟିବା ପରେ କୋହଲି ଓ ରୋହିତ ଶର୍ମା ମଧ୍ୟ ବେଶ ଖୁସି ହୋଇଥିଲେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment