ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ଵିତୀୟ ଦିନିକିଆ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଭାରତ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିବ। ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ଜିତି ସିରିଜରେ ଆଗୁଆ ରହିଛି। ଭାରତକୁ ସିରିଜରେ ରହିବାକୁ ହେଲେ ଏହି ମ୍ୟାଚକୁ ଜିତିବାକୁ ହେବ, ନହେଲେ ଭାରତ ସିରିଜ ପରାଜୟ ହେବ।

ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଶୋଚନୀୟ ଭାବେ ଭାରତକୁ ପରାଜୟ କରିଥିଲା। ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ୧୦ ଓ୍ଵିକେଟରେ ଜିତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୫୫ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ପରେ ଅଷ୍ଟ୍ରେଲିଆ ଏହି ୨୫୬ ରନ୍‌ର ବିଜୟ ଲକ୍ଷ୍ୟକୁ ସହଜରେ ପୂରଣ କରିଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ଓପନର ଡେଭିଡ ଓ୍ଵାର୍ନର ୧୨୮ ରନ୍‌ ଓ ଆରୋନ ଫିଞ୍ଚ ୧୧୦ ରନ କରିଥିଲେ। ଭାରତର କୌଣସି ବି ବ୍ୟାଟ୍ସମ୍ୟାନ ଏହି ଦୁଇ ଜଣଙ୍କ ବ୍ୟାଟିଂରୁ ବର୍ତ୍ତି ନଥିଲେ। ଫଳରେ ଏହି ବିଜୟ ଲକ୍ଷ୍ୟକୁ ସହଜରେ ପୂରଣ କରିଥିଲା ଅଷ୍ଟ୍ରେଲିଆ।

ଏହି ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ରହିବ। ମ୍ୟାଚ ଜିତିବାକୁ ହେଲେ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ଵନଙ୍କୁ ଏକ ବଡ଼ ଇଂନିସ ଖେଳିବାକୁ ହେବ। ସେହିପରି ବିରାଟ କୋହଲିଙ୍କୁ ମଧ୍ୟ ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିବାକୁ ହେବ। ଅନ୍ୟପକ୍ଷରେ ଏହି ଦିନିକିଆ ମ୍ୟାଚରେ ରିଷଭ ପନ୍ତ ବିଶ୍ରାମ ନେଇପାରନ୍ତି।

Comment