ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଥମ ଦିନିକିଆରେ ଭୁଲ ପରେ ଏବେ ଦ୍ଵିତୀୟ ଦିନିକିଆକୁ ଅପେକ୍ଷା। ପ୍ରଥମ ମ୍ୟାଚରେ ବିରାଟ ୩ ନମ୍ଵରରେ ବ୍ୟାଟିଂ ନଆସି ଲୋକେଶ ରାହୁଲଙ୍କୁ ଛାଡ଼ିଥିଲେ। ଫଳରେ ଦଳ ବଡ଼ ପରାଜୟର ସମ୍ମୁଖୀନ ହୋଇଥିଲା। ବିରାଟ ଚତୁର୍ଥ ନମ୍ଵରରେ ବ୍ୟାଟିଂ କରି ବିଫଳ ହୋଇଥିଲେ।

ପ୍ରଥମ ମ୍ୟାଚରେ ବିରାଟଙ୍କ ରଣନୀତି ଥିଲେ ଯେ ରୋହିତ-ଶିଖର-ରାହୁଲ ମ୍ୟାଚ ଖେଳିବେ। ସେଥିପାଇଁ ସେ ନିମ୍ନକ୍ରମରେ ବ୍ୟାଟିଂ ଆସିବେ। ତେଣୁ ରାହୁଲଙ୍କୁ ୩ ନମ୍ଵରେ ଛାଡ଼ି ସେ ନିଜେ ୪ ନମ୍ଵରରେ ବ୍ୟାଟିଂ ଆସିଥିଲେ।

ବର୍ତ୍ତମାନ ଆଜିର ମ୍ୟାଚରେ ବିରାଟ ଏହି ରଣନୀତିକୁ ପୁଣି ଦୋହରାଇବେ ନା ନିଜେ ୩ ନମ୍ଵରରେ ବ୍ୟାଟିଂ କରିବେ ତାହା ମ୍ୟାଚରେ ହିଁ ଜଣା ପଡ଼ିବ। ହେଲେ ବିରାଟ ଥରେ କରିଥିବା ଭୁଲକୁ ପୁଣି କରିବେ ନାହିଁ ବୋଲି ଆଶଙ୍କା କରାଯାଉଛି। ଦଳକୁ ଏହି ମ୍ୟାଚ ଜିତିବା ଗୁରୁତ୍ଵପୂର୍ଣ୍ଣ ଅଟେ। ତେଣୁ ବିରାଟ ରିସ୍କ ନେବାକୁ ଚାହିଁବେନି।

Comment