ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ବିଜେପିର ମଙ୍ଗ ଧରିଛନ୍ତି ସମୀର ମହାନ୍ତି। ଶୁକ୍ରବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ସଭାପତି ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି।

ଗୁରୁବାର ଏକମାତ୍ର ପ୍ରାର୍ଥୀଭାବେ ସେ ସଭାପତି ପଦରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହାପରେ ସେ ହିଁ ରାଜ୍ୟ ବିଜେପିର ପରବର୍ତ୍ତୀ ସଭାପତି ହେବେ ବୋଲି ସ୍ଥିର ହୋଇଯାଇଥିଲା। ଶୁକ୍ରବାର ସେ ତାଙ୍କ ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାସହ ରାଜ୍ୟରେ ବିଜେପିକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବାକୁ ସେ ବୁଥ୍ ସ୍ତରୀୟ କର୍ମଚାରୀଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

ଶୁକ୍ରବାର ତାଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନାର ପର୍ବ ଆୟୋଜନ ହୋଇଥିଲା। ଏଥିରେ ରାଜ୍ୟ ବିଜେପିର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ। ତାଙ୍କ ସହିତ ଦଳର ସମସ୍ତ ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତିମାନେ ମଧ୍ୟ ନୂଆ ରାଜ୍ୟ ବିଜେପି ସଭାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comment