ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

 ବହୁ ଦିନର ଚର୍ଚ୍ଚା ଓ ଅନୁମାନ ପରେ ଶେଷରେ ସମୀର ମହାନ୍ତି ଓଡ଼ିଶା ବିଜେପିର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସ୍ଵତନ୍ତ୍ର ଉତ୍ସବରେ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି।

ସମୀର ହେଉଛନ୍ତି ଦ୍ୱିତୀୟ ଉପକୂଳିଆ ନେତା ଯିଏ ୨୦ ବର୍ଷ ଭିତରେ ମନମୋହନ ସାମଲଙ୍କ ପରେ ସଭାପତି ହୋଇଛନ୍ତି। ସେ ୨୦୧୬ରୁ ଦଳର ଉପସଭାପତି ରହିଥିଲେ।

ସମୀର ମହାନ୍ତିଙ୍କ ସଭାପତି ହେବା ସହ ବିଜେପି ଦୀର୍ଘ ୧୪ ବର୍ଷ ପରେ ଜଣେ ଉପକୂଳ ନେତାଙ୍କୁ ଚୟନ କରିଛି। ବିଶ୍ୱଭୂଷଣ ହରିଚନ୍ଦନ ଓ ମନମୋହନ ସାମଲଙ୍କୁ ଛାଡ଼ିଦେଲେ ଆଗରୁ ଉପକୂଳରୁ ଅନ୍ୟ କେହି ବିଜେପି ସଭାପତି ହୋଇନଥିଲେ।

୧୯୭୭ ମସିହାରୁ ଏବିଭିପି ଜରିଆରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ସମୀର। ଏହାପରେ ପରେ ସେ ୧୯୮୪ ମସିହାରେ ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିବାର ଗୋଟିଏ ବର୍ଷ ପରେ ସେ ବିଡିଏର ଉପ-ସୂଚନା ଅଧିକାରୀ ଭାବେ ନିଜର ସରକାରୀ କାର୍ଯ୍ୟରେ ଯୋଗଦେଇଥିଲେ। ମାତ୍ର ୧୦ ବର୍ଷ ସରକାରୀ ଚାକିରିରେ କରିବା ପରେ ସେ ସରକାରୀ ଚାକିରିରୁ ଅବସର ନେଇଯାଇଥିଲେ। ସେହିବର୍ଷ ଅର୍ଥାତ୍ ୧୯୯୫ ମସିହାରେ ହିଁ ସେ ଭୁବନେଶ୍ୱର ଜିଲ୍ଲା ବିଜେପିର ଉପ-ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ।

Comment