ଓଡ଼ିଶାଲାଇଭ୍‌ ବ୍ୟୁରୋ

 ସବୁ ପ୍ରତୀକ୍ଷାର ଅନ୍ତ ପରେ ଶେଷରେ ସମୀର ମହାନ୍ତି ଧରିଲେ ରାଜ୍ୟ ବିଜେପି ମଙ୍ଗ। ରାଜ୍ୟ ବିଜେପି ସଭାପତି ଭାବେ ସମୀର ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି। ସହମତି ଭିତ୍ତିରେ ତାଙ୍କୁ ଗୁରୁବାର ଦିନ ସଭାପତି ବଛା ଯାଇଛି। ନୂଆ କରି ବିଜେପି ସଭାପତି ହୋଇଥିବା ସମୀର ମହାନ୍ତିଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା ଦଶଟି କଥା।

୧- ସେ ୨୦୧୬ ମସିହାରୁ ଦଳର ଉପସଭାପତି ଅଛନ୍ତି। ସେ ହିଁ ସଭାପତି ହେବେ ବୋଲି ଦୀର୍ଘ ଦିନ ଧରି ଗଣମାଧ୍ୟମରେ ଆଲୋଚନା ହେଉଥିଲା।

୨- ସମୀରଙ୍କ ନିର୍ବାଚନ ପଛରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତ ରହିଛି। ସମୀର ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟ ଲୋକ ବୋଲି ସାଧାରଣତଃ ଧରାଯାଏ।

୩- ସମୀର ମହାନ୍ତିଙ୍କ ଜନ୍ମ କଟକରେ କିନ୍ତୁ ସେ ଏବେ ପୁରଣା ଭୁବନେଶ୍ଵରେର ବାସିନ୍ଦା। ତାଙ୍କ ବାପାଙ୍କ ନାମ ବିମଳ ଚନ୍ଦ୍ର ମହାନ୍ତି। ସମୀରଙ୍କ ବୟସ ପାଖାପାଖି ୬୦ ବର୍ଷ ହେବ।

୪- ସେ ୟୁନିଭରସିଟି ଲ’ କଲେଜରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ୟୁନିଟ-୨ ବାଳକ ହାଇସ୍କୁଲରେ ସେ ନିଜର ସ୍କୁଲ ଶିକ୍ଷା ସେଷ କରିଥିଲେ। ଖୋର୍ଦ୍ଧା ପ୍ରାଣନାଥ କଲେଜରୁ ସେ ଗ୍ରାଜୁଏସନ କରିଛନ୍ତି।

୫- ସମୀର ବିଏମସି କର୍ପୋରେଟର ଭାବେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

୬- ୨୦୦୯ ବିଧାନସଭା ନିର୍ବାଚନରେ ସେ ଏକାମ୍ର-ଭୁବନେଶ୍ୱରରୁ ବିଜେପିର ପ୍ରାର୍ଥୀ ହୋଇଥିଲେ। ମାତ୍ର ୧୧ ହଜାର ଭୋଟ ପାଇ ସମୀର ବିଜେଡ଼ିର ଅଶୋକ ଚନ୍ଦ୍ର ପଣ୍ଡାଙ୍କଠାରୁ  ହାରି ଯାଇଥିଲେ।

୭- ସମୀର ମହାନ୍ତିଙ୍କ ସଭାପତି ହେବା ସହ ବିଜେପି ଦୀର୍ଘ ୧୪ ବର୍ଷ ପରେ ଜଣେ ଉପକୂଳ ନେତାଙ୍କୁ ଚୟନ କରିଛି। ବିଶ୍ୱଭୂଷଣ ହରିଚନ୍ଦନ ଓ ମନମୋହନ ସାମଲଙ୍କୁ ଛାଡ଼ିଦେଲେ ଆଗରୁ ଉପକୂଳରୁ ଅନ୍ୟ କେହି ବିଜେପି ସଭାପତି ହୋଇନଥିଲେ।

୮- ସମୀର ମହାନ୍ତି ଜଣେ ଭଲ ସଂଗଠକ ଭାବେ ଜଣାଶୁଣା। ବିଭିନ୍ନ ଟ୍ରେଡ଼ ୟୁନିୟନ୍ ଓ ସାମାଜିକ ସଂଗଠନ ସହ ସେ ଜଡ଼ିତ। ଆଗାମୀ ପୌର ନିର୍ବାଚନରେ ଦଳ ପାଇଁ ସେ ଲାଭଜନକ ହେବେ ବୋଲି ଆଶା କରାଯାଉଛି।

୯- ସମୀର ଛାତ୍ର ଜୀବନରୁ ହିଁ ଏବିଭିପି ସହ ଯୋଡ଼ି ହୋଇଥିଲେ। ୧୯୯୫ ମସିହାରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଥିଲେ।

୧୦- ସଭାପତି ନିର୍ବାଚନ ବେଳେ ସମୀର ସବୁ ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦର ସଦସ୍ୟଙ୍କ ସମର୍ଥନ ଲାଭ କରିଥିଲେ।

Comment