ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନିକିଆରେ ଆଉ ଏକ ରେକର୍ଡ କଲେ ଭାରତୀୟ ସ୍ପିନର କୁଲଦୀପ ଯାଦବ। ସେ ଦ୍ରୁତତମ ବୋଲର ଭାବେ ଏହି ୧୦୦ ଓ୍ଵିକେଟ ପୂରଣ କରିଛନ୍ତି। ରାଜକୋଟ୍‌ ଦିନିକିଆରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଆଲେକ୍ସ କ୍ୟାରିଙ୍କ ଓ୍ଵିକେଟ ନେଇ ସେ ୧୦୦ ଓ୍ଵିକେଟ ପୂରଣ କରିଛନ୍ତି।

କୁଲଦୀପ ୧୦୦ ଓ୍ଵିକେଟ ନେବାରେ ବିଶ୍ଵରେ ୧୫୧ତମ1 ଖେଳାଳି ହୋଇପାରିଛନ୍ତି। ଏହାସହ ସେ ତୃତୀୟ ଦ୍ରୁତତମ ବୋଲର ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି। ଆଫଗାନିସ୍ତାନର ରସିଦ ଖାନ୍‌ ୪୪ ମ୍ୟାଚରେ ୧୦୦ ଓ୍ଵିକେଟ ପୂରଣ କରିଥିବା ବେଳେ ପାକିସ୍ତାନର ସକଲିନ ମୁସ୍ତାକ ୫୩ ମ୍ୟାଚରେ ୧୦୦ ଓ୍ଵିକେଟ ପୂରଣ କରିଥିଲେ।

ସେହିପରି ବର୍ତ୍ତମାନ କୁଲଦୀପ ଯାଦବ ୫୮ ମ୍ୟାଚରେ ୧୦୦ ଓ୍ଵିକେଟ ପୂରଣ କରିଛନ୍ତି। ତାଙ୍କ ସହ ପୂର୍ବରୁ ଇମ୍ରାନ ତାହିର ମଧ୍ୟ ୫୮ ଓ୍ଵିକେଟରୁ ଏହି ଉପଲବ୍ଧି ହାସଲ କରିଥିଲେ।

Comment