ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲାରେ ପଲ୍‌ସ ପୋଲିଓ ଓ ସ୍ୱତନ୍ତ୍ର ଟୀକାକରଣ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇଛି। ୧୯ ତାରିଖରୁ ୨୧ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ୫ବର୍ଷରୁ କମ୍‌ ସମସ୍ତ ଶିଶୁଙ୍କୁ ପଲ୍‌ସ ପୋଲିଓ ବୁନ୍ଦା ଦିଆଯିବ। ଏଥର ୧ ଲକ୍ଷ ୭୧ହଜାର ୩୪୦ ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବା ଲକ୍ଷ୍ୟରେ ରହିଛି ଜିଲ୍ଲା ପ୍ରଶାସନ।

ପଲ୍‌ସ ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାର ୧୪ଟି ବ୍ଲକରେ ୧୫ଶହ ବୁଥ୍ କରାଯାଇଛି। ଜିଲ୍ଲାର ନାରାୟଣ ପାଟଣା, ବନ୍ଧୁ ଗାଁ, ପଟାଙ୍ଗି, ଲମତାପୁଟ, ବୈପାରିଗୁଡ଼ା ଭଳି ଉପାନ୍ତ ଅଞ୍ଚଳରେ ପୋଲିଓ ବୁନ୍ଦ ଦେବା ନେଇ ଅଧିକ ଗୁରୁତ୍ୱ ଦିଆଯାଇଛି।

ଜିଲ୍ଲାର ୧୫ଶହ ବୁଥ ପାଇଁ ୩୧ଶହ କର୍ମଚାରୀ ନିୟୋଜିତ ହେବେ। ଜିଲ୍ଲାରେ ୨୨ଟି ଟ୍ରାନଜିଟ ପଏଣ୍ଟ ରହିଥିବା ବେଳେ ବସଷ୍ଠାଣ୍ଡ, ରେଳ ଷ୍ଟେସନ ଭଳି ୨୨ଟି ଟ୍ରାନଜିଟ ପଏଣ୍ଟରେ ପୋଲିଓ ବୁନ୍ଦା ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।

Comment