ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ରେଞ୍ଜ ଅନ୍ତର୍ଗତ କୋରାପୁଟ ଘାଟି ଜଙ୍ଗଲରେ ଅବାଧରେ ଚାଲିଛି ଜନ୍ତୁ ଶିକାର। ଗ୍ରାମବାସୀ ଏକାଠି ହୋଇ କରୁଛନ୍ତି ଝିଙ୍କ ତଥା ଅନ୍ୟ ଜଙ୍ଗଲୀ ଜନ୍ତୁଙ୍କ ଶିକାର।

ଶୁକ୍ରବାର ସକାଳେ ଜୟପୁର କୋରାପୁଟ ଘାଟି ଜଙ୍ଗଲରେ ଲୋକ ଦଳବଦ୍ଧ ଭାବରେ ଜନ୍ତୁ ଶିକାର କରୁଥିବା ଦେଖିବାକୁ ମିଳିଛି। ଗାଁ ଲୋକ ଏକତ୍ର ହୋଇ ଝିଙ୍କ ଓ ଅନ୍ୟ ପଶୁ ଶିକାର କରି ବୋହି ନେଇଛନ୍ତି।

ଫରେଷ୍ଟର, ଫରେଷ୍ଟଗାର୍ଡ ଓ ଅନ୍ୟ କର୍ମଚାରୀଙ୍କୁ ଲୋକଙ୍କର ଭୟ ନଥିବା ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି। ଆଜିର ଘଟଣା ପ୍ରଥମେ ନୁହେଁ ପୂର୍ବରୁ ମଧ୍ୟ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଫଳରେ ଜୟପୁର ଆଖପାଖ ଜଙ୍ଗଲରେ ପଶୁପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି।  ମାତ୍ର ଏହାକୁ ରୋକିବାକୁ ବନବିଭାଗ କିଛି ପଦକ୍ଷେପ ନେଉ ନାହିଁ।

ବନ କର୍ମଚାରୀଙ୍କ ଉଦାସୀନ ମନୋଭାବ ଯୋଗୁଁ ହଜ଼ାର ହଜାର ନିରୀହ ପଶୁପକ୍ଷୀଙ୍କୁ ପ୍ରତିଦିନ ଶିକାର କରାଯାଉଛି।ଏହଦ୍ୱାରା ପରିବେଶବିତ୍‌ଙ୍କ ମନରେ ବନବିଭାଗ ପ୍ରତି ଆକ୍ରୋଶ ଦିନକୁ ଦିନ ବଢ଼ିବାରେ ଲାଗିଛି।

ଯଦି ବନବିଭାଗ ଜଙ୍ଗଲ ଓ ଜନ୍ତୁ ସୁରକ୍ଷା ଦିଗରେ ଉଚିତ ଏବଂ କଡା ପଦକ୍ଷେପ ନ ନିଏ ତାହାହେଲେ ଆଗାମୀ ଦିନରେ ବନବିଭାଗ ବିରୋଧରେ ଆନ୍ଦୋଳନ ହେବ ବୋଲି ଜୟପୁରର କିଛି ଲୋକ କହିଛନ୍ତି।

Comment