ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶେଷ ଦିନିକିଆ ଜିତିବା ପାଇଁ ଭାରତ ଆଗରେ ୨୮୭ ରନ୍‌ର ବିଜୟ ଲକ୍ଷ୍ୟ ରହିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୨୮୬ ରନ୍‌ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ ସ୍ମିଥ ସର୍ବାଧିକ ୧୩୧ ରନ୍‌ କରିଛନ୍ତି। ବର୍ତ୍ତମାନ ଦ୍ଵିତୀୟ ଇଂନିସରେ ଭାରତ ବ୍ୟାଟିଂ ଆରମ୍ଭ କରିବ।

ଏହି ମ୍ୟାଚରେ ପ୍ରଥମେ ଟସ୍‌ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ଡେଭିଡ ଓ୍ଵାର୍ନର ଓ ଆରୋନ ଫିଞ୍ଚ ପାଳି ଆରମ୍ଭ କରିଥିଲେ। ହେଲେ ଓ୍ଵାର୍ନର ବେଶୀ ସମୟ ଯାଏଁ ତିଷ୍ଠି ପାରିନଥିଲେ। ମାତ୍ର ୩ ରନ୍‌ କରି ପାଭିଲିୟନ ଫେରି ଯାଇଥିଲେ। ପରେ ଆରୋନ ଫିଞ୍ଚ ମଧ୍ୟ ୧୯ ରନ୍‌ରେ ଆଉଟ ହୋଇ ଯାଇଥିଲେ।

ପ୍ରଥମ ଓ୍ଵିକେଟରେ ଯୋଗ ଦେଇଥିବା ଷ୍ଟିଭେନ ସ୍ମିଥ ଦମ୍‌ଦାର ପାଳି ଖେଳିଥିଲେ। ତାଙ୍କ ସହ ମାରନସ୍‌ ମଧ୍ୟ ଭଲ ଭାଗିଦାରୀ କରିଥିଲେ। ସ୍ମିଥ ୧୩୧ ରନ୍‌ କରିଥିବା ବେଳେ ମାରନସ୍‌ ୫୪ ରନ୍‌ କରିଥିଲେ। ସେହିପରି ଆଲେକ୍ସ କ୍ୟାରି ୩୫ ରନ୍‌ କରିଥିଲେ।

ଭାରତ ପକ୍ଷରୁ ମହମ୍ମଦ ସାମି ଚମତ୍କାର ବୋଲିଂ କରିଥିଲେ। ସାମି ଏହି ମ୍ୟାଚରେ ୪ଟି ଓ୍ଵିକେଟ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ୨ଟି, କୁଲଦୀପ ଯାଦବ ଓ ନବଦୀପ ସୈନୀ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି।

Comment