ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମସ୍ତଙ୍କ ପ୍ରିୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଭାରତ ଇତିହାସରେ ଜଣେ ପ୍ରଖର ସ୍ୱାଧୀନତା ସଂଗ୍ରାମୀ, ବିଚକ୍ଷଣ ଜନନେତା ଭାବେ ମନେ ପଡ଼ନ୍ତି। ସେ ଏମିତି ଜଣେ ଭାରତର ବୀରପୁତ୍ର ଥିଲେ ଯିଏ ଦେଶକୁ ସ୍ୱାଧୀନ କରିବାକୁ ବ୍ରିଟିଶମାନଙ୍କ ସହ ମୁହାଁମୁହିଁ ଲଢ଼ିବାକୁ ସ୍ଥିର କରିଥିଲେ।

ଦେଶକୁ ସ୍ୱାଧୀନ କରିବାକୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ନେତାଜୀ। ଶେଷରେ ଆଜାଦ ହିନ୍ଦ୍‌ ଫୌଜ୍‌ ଗଠନ କରି ବ୍ରିଟଶମାନଙ୍କ ବିରୋଧରେ ଲଢ଼ିବାକୁ ସ୍ୱର ଉଠାଇଥଲେ। ସୁଭାଷ ବୋଷ ଜାନୁଆରି ୨୩, ୧୮୯୭ରେ ଜନ୍ମ ହୋଇଥିଲେ।

ଆସନ୍ତୁ ଜାଣିବା ଦେଶ ସ୍ୱାଧୀନରେ ତାଙ୍କର ଭୂମିକା…

ପିଲାବେଳୁ ନେତାଜୀଙ୍କ ଭିତରେ ଦେଶପ୍ରେମ ଦେଖିବାକୁ ମିଳିଥିଲା।। ସ୍ୱାଧୀନତା ସଂଗ୍ରାମ ପାଇଁ ସରକାରୀ ଚାକିରି ତ୍ୟାଗ କରି ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ପରେ ଆଜାଦ ହିନ୍ଦ ଫୌଜ ଗଠନ କରି ଇଂରେଜ ଶାସକଙ୍କ ବିରୋଧରେ ସଂଗ୍ରାମ କରିଥିଲେ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନରେ ନିର୍ବାସିତ ଭାବେ ବାସ କରୁଥିବା ରାସ ବିହାରୀ ବୋଷ ନାମକ ଜଣେ ଭାରତୀୟ ଜାପାନ, ବର୍ମା, ମାଳୟ, ପ୍ରଭୃତି ସ୍ଥାନରେ ପ୍ରବାସୀ ଭାରତୀୟ ଓ ଯୁଦ୍ଧ ବନ୍ଦୀମାନଙ୍କୁ ଏକତ୍ରିତ କରି ଭାରତୀୟ ସ୍ୱାଧୀନତା ଲିଗ ଗଠନ କଲେ। ସୁଭାଷ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ୱ ଗ୍ରହଣ କଲେ ଏବଂ ୧୯୪୩ ମସିହା ଅକ୍ଟୋବର ୨୧ତାରିଖ ଦିନ ସେଠାରେ ଏକ ଅସ୍ଥାୟୀ ସ୍ୱାଧୀନ ସରକାର ଗଠନ କଲେ। ସେହିଠାରୁ ସେ ଆହ୍ୱାନ ଦେଇଥିଲେ ଦିଲ୍ଲୀ ଚଲୋ।

ଏହା ସହିତ ଆରମ୍ଭ ହେଲା ଆଜାଦ ହିନ୍ଦ ଫୌଜର ଅଭିଯାନ। ୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହେଲା। ଦୃଢ଼ ପଦକ୍ଷେପରେ ଅଗ୍ରସର ହେଉଥିବା ଆଜାଦ ହିନ୍ଦ ଫୌଜ ଉପରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରି ଇମ୍ଫାଲଠାରେ ତାଙ୍କୁ ପରାସ୍ତ କଲା।

୧୯୪୫ ରେ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ହୋଇଛି ବୋଲି ଖବର ଆସିଥିଲା। ମାତ୍ର ଏ କଥାକୁ ଅନେକ ମାନିବାକୁ ନାରାଜ। ଏପରିକି ନେତାଜୀଙ୍କ ପରିବାର ସଦସ୍ୟ ବି ମାନନ୍ତିନି। ଦୀର୍ଘଦିନ ଧରି ୧୯୫୬ର ସାହା ନୱାଜ କମିଟି ଏବଂ ୧୯୭୦ ର ଖୋସଲା କମିଶନଙ୍କ ରିପୋର୍ଟ ସହ ସମ୍ମତ ହୋଇପାରି ନାହାନ୍ତି।

Comment