ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଭାରତମାତାର ବୀର ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ। ଏହି ଅବସରରେ ନେତାଜୀଙ୍କ ଅଦମ୍ୟ ସାହସ, ବୀରତ୍ୱ ଓ ଦେଶପ୍ରେମକୁ ମନେ ପକାଉଛି। ନେତାଜୀ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଦେଶ ଆଜି ପରାକ୍ରମ ଦିବସ ପାଳନ କରୁଛି। ଏବେଠାରୁ ପ୍ରତିବର୍ଷ ନେତାଜୀଙ୍କ ଜନ୍ମଦିନକୁ ‘ପରାକ୍ରମ ଦିବସ’ ଦିବସ ଭାବେ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକ ସହରରେ ନେତାଜୀ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାଁ ଥିଲା ଜାନକୀନାଥ ବୋଷ, ମା’ଙ୍କ ନାଁ ଥିଲା ପ୍ରଭାବତୀ ଦେବୀ। କଟକ ଓଡ଼ିଆବଜାର ଜାନକୀନାଥ ଭବନରେ ନେତାଜୀଙ୍କ ପିଲାବେଳ କଟିଥିଲା।

ସୁଭାଷ ବ୍ରିଟଶ ସରକାରଙ୍କୁ ଦିନେ ନିଜ ଦାମ୍ଭିକତାରେ ଚମକାଇ ଦେଇଥିଲେ । ସୁଭାଷଙ୍କ କାଳଜୟୀ ଉଦଘୋଷଣା ‘ମତେ ରକ୍ତ ଦିଅ ମୁଁ ସ୍ଵାଧିନତା ଦେବି’ ଆଜିବି କୋଟି କୋଟି ଭାରତୀୟଙ୍କ ପ୍ରାଣରେ ଜୀବୀତ ରହିଛି।

ଜଣେ ମହାନ୍ତ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶଭକ୍ତ ଓ ଜଣେ ଅବିସ୍ମରଣୀୟ ଯୋଦ୍ଧାଭାବେ ନେତାଜୀ ଏ ଜାତିର ଚିର ନମସ୍ୟ।

ନେତାଜୀଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Comment