ଓଡ଼ିଶାଲାଇଭ୍‌ ବ୍ୟୁରୋ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ। ଏହି ଅବସରରେ ନେତାଜୀଙ୍କ ଜନ୍ମସ୍ଥାନ କଟକର ଓଡ଼ିଆ ବଜାରସ୍ଥିତ ଜାନକୀନାଥ ଭବନରେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହାସହିତ କଟକ ଖାନନଗରରେ ନେତାଜୀଙ୍କ ନାଁରେ ୧୧୦୦୦ ବର୍ଗ ମିଟର ଅଞ୍ଚଳରେ ହେବାକୁଥିବା ବସ୍‌ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଶିଳାନ୍ୟାସ ସହ ନେତାଜୀଙ୍କ ବଳିଦାନକୁ ସେ ମନେ ପକାଇଛନ୍ତି। ଏହି ଟର୍ମିନାଲ ବିଶ୍ୱସ୍ତରୀୟ ହେବ। ଏଠାରେ ନେତାଜୀଙ୍କ ଆଦର୍ଶର ପ୍ରଚାର ପାଇଁ ସବୁ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଟର୍ମିନାଲ ପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର। ଏଠାରେ ୧୮୦ଟି ବସ୍‌, ୨୭୫ଟି କାର ପାର୍କି ପାଇଁ ବ୍ୟବସ୍ଥା କରାଯିବ।

ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ହେବାକୁ ଯାଉଥିବା ଏହି ନୂତନ ବସ୍‌ ଟର୍ମିନାଲକୁ ଅତ୍ୟାଧୁନିକ ପ୍ରଣାଳୀରେ ତିଆରି କରାଯିବ, ଯାହା ଟିକେଟ କାଉଣ୍ଟର, ସୂଚନା ପ୍ରଦାନ କେନ୍ଦ୍ର, ଅପେକ୍ଷା କରିବା ସ୍ଥାନ ପ୍ରଦାନ କରିବ। ଟର୍ମିନାଲର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଜୀବନୀ ସମ୍ପର୍କିତ ଫଟୋ ଚିତ୍ର ସ୍ଥାନ ପାଇବ। ଆସନ୍ତା ୧୮ ମାସ ମଧ୍ୟରେ ଏହି ଟର୍ମିନାଲର ନିର୍ମାଣ କାମ ସରିବ ବୋଲି ଜଣାପଡ଼ିଛି।

Comment