ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ଇଣ୍ଡିଆ ଗେଟରେ ସ୍ଥାପନ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳକାୟ ଗ୍ରାନାଇଟ୍ ପ୍ରତିମୂର୍ତ୍ତି। ଆସନ୍ତା ୨୩ ତାରିଖ ନେତାଜୀଙ୍କ ୧୨୫ ତମ ଜୟନ୍ତୀ ଅବସରରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି। ଇଣ୍ଡିଆ ଗେଟରେ ଗ୍ରାନାଇଟ୍ ପ୍ରତିମୂର୍ତ୍ତି ସ୍ଥାପନ ହେବା ପର୍ଯ୍ୟନ୍ତ ହୋଲୋଗ୍ରାମ ପ୍ରତିମା ରହିବ।

ଆସନ୍ତା ୨୩ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାଜୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ। ଗ୍ରାନାଇଟ ମୂର୍ତ୍ତି ଆସିବା ପର୍ଯ୍ୟନ୍ତ ଇଣ୍ଡିଆରେ ହୋଲୋଗ୍ରାମ ମୂର୍ତ୍ତି ରହିବ।

୧୮୯୭ ମସିହା ଜାନୁଆରି ୨୩ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକ ଜିଲ୍ଲାର ଓଡ଼ିଆ ବଜାରଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଜାନକୀନାଥ ବୋଷ ସେ ଜଣେ ଆଇନଜୀବୀ ଥିଲେ। ଜଣେ ବିଦ୍ରୋହୀ ସଂଗ୍ରାମୀ ଭାବେ ନେତାଜୀ ସମଗ୍ର ବିଶ୍ଵରେ ପରିଚୟ ଲାଭ କରିଥିଲେ। ନେତାଜୀ ଭାବରେ ସମସ୍ତେ ତାଙ୍କୁ ଜାଣନ୍ତି।

Comment