ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଣଜୀ ମ୍ୟାଚର ପ୍ରଥମ ଦିନରେ ପ୍ରଥମ ଦିନରେ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ। କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ଓ ଜମ୍ମୁ କଶ୍ମୀର ମଧ୍ୟରେ ଚାଲିଥିବା ରଣଜୀ ମ୍ୟାଚରେ ୧୬୧ ରନ୍‌ରେ ଅଲଆଉଟ ହୋଇଛି ଓଡ଼ିଶା। ବର୍ତ୍ତମାନ ଜମ୍ମୁ କଶ୍ମୀର ବ୍ୟାଟିଂ ଆରମ୍ଭ କରିଛି।

ଏହି ମ୍ୟାଚରେ ଜମ୍ମୁ କଶ୍ମୀର ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଓଡ଼ିଶା ପ୍ରଥମ ୫୦ ରନ୍‌ ପର୍ଯ୍ୟନ୍ତ ଭଲି ବ୍ୟାଟିଂ କରିଥିଲା। ପରେ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ଓଡ଼ିଶା ପକ୍ଷରୁ ଅନୁରାଗ ଷଡ଼ଙ୍ଗୀ ୩୩, ସାନ୍ତନୁ ମିଶ୍ର ୨୧, ଶୁଭ୍ରାଶୁଂ ସେନାପତି ୪୨ ରନ୍‌ କରିଥିଲେ।

ଚଳିତ ରଣଜୀ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଉନ୍ନତ ପ୍ରଦର୍ଶନ କରିଛି। ୫ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇ ୧ ମ୍ୟାଚ ଡ୍ର ରହିଥିଲା। ବର୍ତ୍ତମାନ ଗ୍ରୁପ ‘ସି’ର ୧ ନମ୍ଵର ସ୍ଥାନରେ ରହିଛି ଓଡ଼ିଶା।

Comment