ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବଜେପି ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ନେବେ ଜେପି ନଡ୍ଡା। ବର୍ତ୍ତମାନ କାର୍ଯ୍ୟକାରୀ ସଭାପତି ଥିବା ନଡ୍ଡା ହେବେ ପୂର୍ଣ୍ଣକାଳୀନ ସଭାପତି। ସଭାପତି ପାଇଁ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ନଡ୍ଡା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସେ ହିଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ କାରଣ ଅନ୍ୟ କୌଣସି ପ୍ରାର୍ଥୀ ପ୍ରାଥିପତ୍ର ଦାଖଲ କରିନାହାନ୍ତି। ଦିନ ୨ଟାରେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ନଡ୍ଡା ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ।

ଏଥିପାଇଁ ବଜେପି କାର୍ଯ୍ୟାଳୟରେ ବହୁ ବରିଷ୍ଠ ନେତା ମନ୍ତ୍ରୀ ପହଞ୍ଚିଛନ୍ତି। କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ଏହି ଦାୟିତ୍ୱ ନେବା ପରେ ପୂର୍ବାଞ୍ଚଳ ରାଜ୍ୟ ଉପରେ ନଡ୍ଡାଙ୍କ ଫୋକସ୍‌ ରହିବ ବୋଲି ଅନୁମାନ କରାଯାଉଛି।

Comment