ଓଡ଼ିଶାଲାଇଭ୍ ବ୍ୟୁରୋ

ରାଲିରେ ଭିଡ଼ ହେତୁ ସୋମବାର ନିଜର ପ୍ରାର୍ଥିପତ୍ର ଦାଖଲ କରିପାରିନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।

ରାଲି କରିବାକୁ ଏତେ ସମୟ ନେଲେ ଯେ ନିଜେ ନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ କରିପାରିଲେନି। ସୋମବାର ନୂଆଦିଲ୍ଲୀରେ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ କ୍ଷେତ୍ରରେ ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି।ସୋମବାର ବିଧାନସଭା ନିର୍ବାଚନ ପାଇଁ ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରାର୍ଥିପତ୍ର ଦାଖଲ କରିବାର ଥିଲା। ଏଥିପାଇଁ ସେ ଏକ ବିଶାଳ ରାଲିକୁ ନେଇ କେଜରିୱାଲ ବାହାରି ମଧ୍ୟ ସାରିଥିଲେ, କିନ୍ତୁ ଶେଷରେ ସମୟ ଗଡ଼ିଯିବା କାରଣରୁ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିପାରିନାହାନ୍ତି।କେଜରିୱାଲ ସୋମବାର ନୂଆଦିଲ୍ଲୀର ବାଲ୍ମିକୀ ମନ୍ଦିରରୁ ଆଶୀର୍ବାଦ ନେବା ସହ ନିଜର ରାଲି ଆରମ୍ଭ କରିଥିଲେ। ଏହି ରାଲିରେ କେଜରିୱାଲଙ୍କ ସହ ହଜାର ହଜାର ଆପ୍ ସମର୍ଥକ ଯୋଗଦେଇଥିଲେ। ହାତରେ ଆପ୍ ପତାକା ସହ ଅରବିନ୍ଦ କେଜରିୱାଲଙ୍କ ମାସ୍କରେ ନୂଆଦିଲ୍ଲୀର ରାଜରାସ୍ତା ଜାମ୍ ହୋଇଯାଇଥିଲା। ଏପରିକି ନିଜେ କେଜରିୱାଲ ମଧ୍ୟ ଠିକ୍ ସମୟରେ ପାର୍ଥିପତ୍ର ଦାଖଲ କରିପାରିନଥିଲେ। ପାର୍ଥିପତ୍ର ଦାଖଲ ପାଇଁ ଅପରାହଣ ୩ଟା ଶେଷ ସମୟ ରହିଥିବାବେଳେ ତା ପୂର୍ବରୁ କେଜରିୱାଲ ପହଞ୍ଚିପାରିନଥିଲେ। ଶେଷରେ ସେ ବାଧ୍ୟ ହୋଇ ମଙ୍ଗଳବାର ପାର୍ଥିପତ୍ର ଦାଖଲ କରିବେ ବୋଲି କହିଛନ୍ତି।ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀର ସମସ୍ତ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ କରାଯିବ। ପ୍ରାର୍ଥୀମାନଙ୍କ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ଦିନ ଜାନୁଆରି ୨୧ ତାରିଖ ଧାର୍ଯ୍ୟ କରାଯାଇଛି। ଏହାପରେ ୮ ତାରିଖରେ ଭୋଟ କରାଯାଇ ଫେବ୍ରୁଆରି ୧୧ରେ ଦିଲ୍ଲୀ ବିଧାନସଭା ରେଜଲ୍ଟ ଆସିବ ବୋଲି ଦିନ ଧାର୍ଯ୍ୟ କରାଯାଇଛି।

Comment