ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିଦିନ ଜୀବନରେ ହସିବା ନିହାତି ଆବଶ୍ୟକ। କିଛି ସମୟ ହସିଲେ ଅନେକ ଚିନ୍ତାରୁ କିଛି ସମୟ ପାଇଁ ମକ୍ତି ମିଳିଥାଏ। ହସ ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ସେଥିପାଇଁ ତ ‘ଲାପ୍ଟର ଇଜ୍‌ ଦ ବେଷ୍ଟ ମେଡିସିନ’ ଅର୍ଥାତ ହସ ସବୁଠାରୁ ଭଲ ଔଷଧ ବୋଲି କୁହାଯାଏ।

– ଅନେକ ସମୟରେ ଦେଖାଯାଇଛି ଯେଉଁ ବ୍ୟକ୍ତି ମନ ଖୋଲି ହସିଥା’ନ୍ତି ସେମାନେ ପରିଣତ ବିଷୟରେ ସକ୍ରିୟ ରହିଥାନ୍ତି। ବୃଦ୍ଧ ସମୟରେ ବି ସେମାନେ ନିଜ ନିତ୍ୟ କାର୍ଯ୍ୟ କରିବାକୁ ସକ୍ଷମ ହୋଇଥାନ୍ତି।

-ସର୍ଭେ ଅନୁସାରେ ହସିବା ସମୟରେ ଶରୀରରେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। ଏହା ବିଭିନ୍ନ ଶାରୀରିକ ସମସ୍ୟା ଦୂର କରିଥାଏ।

-ପ୍ରତିଦିନ ପାଖାପାଖି ୫ ମିନିଟ ହସିବା ଦ୍ୱାରା ମୋଟାପଣ କମିଥାଏ। ମୁହଁର ବ୍ୟାୟାମ ମଧ୍ୟ ହୋଇଥାଏ। ମୁହଁର ଚମକ ବଢ଼ିଥାଏ।

-ହସିବା ଦ୍ୱାରା ତ୍ୱଚା ବି ଭଲ ରହିଥାଏ।

-ହସିବା ସମୟରେ ମଣିଷ ଗଭୀର ନିଶ୍ୱାସ ନେଇଥାଏ। ଏହା ଶରୀରର ପାଇଁ ଏକ ପ୍ରକାର ବ୍ୟାୟାମ ଅଟେ।

-ହସ ହୃଦ୍‌ଜନିତ ରୋଗର ଆଶଙ୍କା କମ୍‌ କରିଥାଏ।

-ହସିବା ଯୋଗୁଁ ମଣିଷ ଅଧିକ ସାମାଜିକ ହୋଇଥାଏ। ଅନ୍ୟମାନଙ୍କ ସହ ସହଜରେ ସମ୍ପର୍କରେ ଗଢ଼ିବାରେ ହସ ସହାୟକ ହୋଇଥାଏ।

Comment