ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ ମିଡିଆରେ ଏବେ ଜଣେ ମହିଳାଙ୍କୁ ନେଇ ଜୋରଦାର ଚର୍ଚ୍ଚା। ସେହି ମହିଳା ଯିଏ ମଧ୍ୟପ୍ରଦେଶର ଏକ ରାଲିରେ ବିଜେପି କର୍ମୀଙ୍କୁ ଚାପୁଡ଼ା ମାରିଛନ୍ତି। ଫେସବୁକଠାରୁ ଆରମ୍ଭ କରି ଟୁଇଟର ପର୍ଯ୍ୟନ୍ତ ସବୁଠି ଏବେ ତାଙ୍କର ସେହି ଚାପୁଡ଼ା ମାରିବାର ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି।ଏହି ମହିଳାଜଣକ ହେଉଛନ୍ତି ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର ଉପ-ଜିଲ୍ଲାପାଳ ପ୍ରିୟା ବର୍ମା। ରବିବାର ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ଧାରା ୧୪୪ ଲାଗୁଥିବା ସ୍ୱତ୍ତ୍ୱେ ବିଜେପି କର୍ମୀମାନେ ସେଠାରେ ସିଏଏକୁ ସମର୍ଥନ କରି ଏକ ରାଲି କରିଥିଲେ। ଏହାକୁ ରୋକିବା ପାଇଁ ପୋଲିସ୍ ପ୍ରଶାସନ ଚେଷ୍ଟା କରିଥିଲା। ଏହି ସମୟରେ ଉପ-ଜିଲ୍ଲାପାଳ ପ୍ରିୟା ବର୍ମା ଓ ବିଜେପି କର୍ମୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା।

ପ୍ରିୟା ବର୍ମା କିଏ?

୨୧ ବର୍ଷୀୟ ପ୍ରିୟା ବର୍ମାଙ୍କ ଜନ୍ମ ଇନ୍ଦୋରର ମାଙ୍ଗୋଲିଆ ଗ୍ରାମରେ ହୋଇଥିଲା। ସେ ୨୦୧୪ ମସିହାରେ ମଧ୍ୟପ୍ରଦେଶ ଲୋକ ସେବା ଆୟୋଗ ପରୀକ୍ଷାରେ ପାସ ହୋଇ ଭୈରବଗଡ଼ ଜେଲର ଜେଲର ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ସେ ୨୦୧୭ ମସିହାରେ ରାଜଗଡ଼ ଜିଲ୍ଲାର ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିଲେ।ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ପ୍ରିୟା ବର୍ମା ବେଶ୍ ପରିଚିତ। ଏପରିକି ତାଙ୍କ ନିଜ ପୈତୃକ ଗାଁରେ ସେ ଆଇଏଏସ୍ ପରୀକ୍ଷା ଦେବାକୁ ଇଚ୍ଛା ରଖିଥିବା ପିଲାମାନଙ୍କୁ ଉପଦେଶ ଦେଇଥାନ୍ତି।

Comment