ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନ ଉପରେ ନବରଙ୍ଗପୁରର ରାଇଘରଠାରେ ବିଜେପି ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା ଜନଜାଗରଣ ଯାତ୍ରା। ଏଥିରେ ଯୋଗ ଦେଇଥିଲେ ସାଂସଦ ରୂପା ଗାଙ୍ଗୁଲି। ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି ବୋଲି ସେ କହିଥିଲେ।

‘‘ଭାରତ ବିଭାଜନ ପରେ ଅନେକ ଶରଣାର୍ଥୀଙ୍କୁ ବିଭିନ୍ନ ଉପାୟରେ ନାଗରିକତା ଦିଆଯାଇଛି। କଂଗ୍ରେସ ସରକାର ସମୟରେ ଉଗାଣ୍ଡା ଏବଂ ଶ୍ରୀଲଙ୍କାରେ ଥିବା ଭାରତୀୟଙ୍କୁ ନାଗରିକତା ପ୍ରଦାନ କରାଯାଇଛି। ଏହା ପରେ ଭାରତରେ ନାଗରିକ ଭାବେ ରହିବାକୁ ଚାହୁଁଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ବି ନାଗରିକତା ଦିଆଯାଇଛି। ଏବେ ନାଗରିକତା ସଂଶୋଧନ ଆଇନ ଦ୍ୱାରା ଏବେ ପଡୋଶୀ ଦେଶର ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ମିଳିପାରିବ’’, କହିଥିଲେ ରୂପା ଗାଙ୍ଗୁଲି।

ସିଏଏ ସମର୍ଥନରେ ଏକ ସଚେତନତା ବାଇକ ରାଲି ଉମରକୋଟଠାରୁ ବାହାରି ରାଇଘର ସଭାସ୍ଥଳ ପର୍ଯ୍ୟନ୍ତ ଆସିଥିଲା। ଏହି ନାଗରିକତା ସଂଶୋଧନ ଆଇନ ସମାବେଶରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ବଳଭଦ୍ର ମାଝି ଓ ପର୍ଶୁରାମ ମାଝି, ଜିଲ୍ଲା ସଭାପତି ଜଗଦିଶ ବିଷେୋଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ପୂର୍ବତନ ଜିଲ୍ଲା ସଭାପତି ଗୋବିନ୍ଦ ଜୈନ, ଯୁବମୋର୍ଚ୍ଚା ସଂପାଦକ ସନ୍ତୋଷ ମହାପାତ୍ର ଉପସ୍ଥିତ ଥିଲେ।

Comment