ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଓ ଜମ୍ମୁ କଶ୍ମୀର ମଧ୍ୟରେ ଚାଲିଥିବା ରଣଜୀ ମ୍ୟାଚରେ ଓଡ଼ିଶାକୁ ୪ ଓ୍ଵିକେଟରେ ପରସ୍ତା କରିଛି ଜମ୍ମୁ କଶ୍ମୀର। ଏହି ମ୍ୟାଚରେ ୬୫ ଓଭର ଜମ୍ମୁ ୬ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ପୂରଣ କରିଥିଲା। ଜମ୍ମୁ ପକ୍ଷରୁ ସୂର୍ଯ୍ୟାଶଂ ରାଇନା ସର୍ବାଧିକ ୬୯ ରନ୍‌ କରିଥିଲେ।

ଏହି ମ୍ୟାଚରେ ଜମ୍ମୁ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ଓଡ଼ିଶା ବ୍ୟାଟିଂ ଆରମ୍ଭ କରିଥିଲା। ହେଲେ ଆକ୍ଵିବ ନବିଙ୍କ ଚମତ୍କାର ବୋଲିଂରେ ଧରାଶାୟୀ ହୋଇଯାଇଥିଲା ଓଡ଼ିଶା ଦଳ। ଦଳ ୧୬୧ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଶୁଭ୍ରାଶୁଂ ସେନାପତି ସର୍ବାଧିକ ୪୨ ରନ୍‌ କରିଥିଲେ।

ପରେ ଜମ୍ମୁ ତା’ର ପ୍ରଥମ ଇଂନିସ ଆରମ୍ଭ କରିଥିଲା। ହେଲେ ପ୍ରଥମ ଇନିଂସରେ ଜମ୍ମୁ ମଧ୍ୟ ବିଫଳ ହୋଇଥିଲା। ବସନ୍ତ ମହାନ୍ତି ଓ ଦେବବ୍ରତ ପ୍ରଧାନଙ୍କ ଧୁଆଁଧାର ବୋଲିଂରେ ୧୨୪ ରନ୍‌ରେ ଅଲଆଉଟ ହୋଇଯାଇଥିଲା ଜମ୍ମୁ କଶ୍ମୀର ଦଳ।

ହେଲେ ଦ୍ଵିତୀୟ ଇନିଂସରେ ସୁଯୋଗ ଥାଇ ମଧ୍ୟ ଓଡ଼ିଶା ଫାଇଦା ଉଠାଇ ପାରିନଥିଲା। ଦଳ ପୁଣି ୧୬୬ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ପରେ ଜମ୍ମୁ ଦ୍ଵିତୀୟ ଇନିଂସରେ ଦମଦାର ବ୍ୟାଟିଂ କରି ଏହି ମ୍ୟାଚରେ ବିଜୟୀ ହୋଇଥିଲା।

Comment