ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଲା ବସ୍‌। ରାଉରକେଲାରୁ ଟେନ୍‌ସା ଯିବା ବେଳେ ଜଲ୍‌ଦା ନିକଟରେ ଏଭଳି ଦୁର୍ଘଟଣା ଘଟିଛି। ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

‘ପାର୍ବତୀ’ ନାମକ ଏକ ଯାତ୍ରୀବାହୀ ବସ୍‌ ଯାତ୍ରୀଙ୍କୁ ନେଇ ଟେନ୍‌ସା ଅଭିମୁଖେ ଯାଉଥିଲା। ଜଲ୍‌ଦା ନିକଟରେ କୌଣସି କାରଣରୁ ବସ୍‌ ଭାରସାମ୍ୟ ହରାଇ ରାସ୍ତା ଉପରକୁ ଓଲଟି ପଡ଼ିଥିଲା। ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଆହତଙ୍କୁ ଉଦ୍ଧାର କରି ରାଉରକେଲା ଆର୍‌ଜିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ଘଟଣାସ୍ଥାଳରେ ରଘୁନାଥପାଲି ଓ ଜଲ୍‌ଦା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comment