ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ବୈପାରୀଗୁଡା ଥାନା ଅନ୍ତର୍ଗତ ହାଟକୁଡିପି କୁକୁଡ଼ା ଲଢେ଼ଇ ଜୁଆ ଆଡ୍ଡାରେ ବୁଧବାର ପୋଲିସ ଚଢ଼ାଉ କରିଛି। ପୋଲିସ ଘଟଣାସ୍ଥଳରୁ ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ତିନୋଟି କୁକୁଡ଼ା, ୬ ଟି ଛୁରୀ, ୪ଟି  ମୋବାଇଲ ଫୋନ, ୩ ଟି  ମୋଟର ସାଇକଲ ଏବଂ ୩ହଜାର ୭ ଶହ ଟଙ୍କା ଜବତ କରିଛି ପୋଲିସ।

ଗତ କିଛି ଦିନ ହେବ ବୈପାରୀଗୁଡ଼ାରେ ଲଗାତାର କୁକୁଡ଼ା ଲଢେ଼ଇ ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ କରିଆସିଛି। ଏଯାବତ ମୋଟ ୨୬ ଜଣ ଏହି ମାମଲାରେ ଗିରଫ ହୋଇସାରିଲେଣି।

ବାରମ୍ବାର  ଚଢ଼ାଉ ସତ୍ତ୍ୱେ ବି ଜୁଆଡିମାନଙ୍କ ଡର କମୁନଥିବା ସାଧାରଣରେ ପ୍ରଶ୍ନ ସୃଷ୍ଟି କରୁଛି l

Comment