ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି କୌଣସି ଡିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି ବା ପରିଚାଳନା କମିଟିରେ ସ୍ଥାନୀୟ ବିଧାୟକ ରହିବେ ନାହିଁ। ଭୁବନେଶ୍ୱରରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ‘ଉଚ୍ଚଶିକ୍ଷାରେ ଅଭିଭାବକଙ୍କ ଭୂମିକା’ ସଂପର୍କିତ ଆଲୋଚନା କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଏହା କହିଛନ୍ତି।

‘‘କଲେଜ ଗଭର୍ଣ୍ଣିଂ ବଡିରେ ସ୍ଥାନୀୟ ବିଧାୟକ ରହିବେ ନାହିଁ। ଶିକ୍ଷାକ୍ଷେତ୍ରରେ ପାରଦର୍ଶିତା ଲାଭ କରିଥବା ବ୍ୟକ୍ତି ଓ ଯେଉଁମାନଙ୍କର ପରିଚାଳନା ଗତ ଦକ୍ଷତା ଥିବ ସେମାନଙ୍କୁ କଲେଜ ଗଭର୍ଣ୍ଣିଂ ବଡିରେ ସଭାପତି ଦାୟିତ୍ୱ ଦିଆଯିବ। କଲେଜ ଗଭର୍ଣ୍ଣିଂ ବଡିକୁ ଆହୁରି ଶକ୍ତିଶାଳି କରାଯିବ। ଫଳରେ କଲେଜ ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ’’, କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ସରକାରୀ କଲେଜରେ ଯେଉଁମାନେ ଅଧ୍ୟାପକ ଅଛନ୍ତି ସେମାନେ ପିଲାଙ୍କୁ ଟ୍ୟୁସନ କରିପାରିବେନି। ଯଦି ସେମାନେ କରନ୍ତି ତେବେ ରାଜ୍ୟ ସରକାର ତାଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବେ।’’

1 COMMENT

  1. ବ୍ୟବସ୍ଥା ଠିକ୍ କରାଯାଇଛି। ଏଭଳି ବ୍ୟବସ୍ଥା ଅନୁଦାନ ପ୍ରାପ୍ତ high school ମାନଙ୍କରେ bbi lagu hele ଆହୁରି ଭଲ ହୁଅନ୍ତା।

Comment