ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିଗ୍ରୀ କଲେଜ ପରିଚାଳନା କମିଟି (ଗଭର୍ଣ୍ଣିଂ ବଡି) ଭାଙ୍ଗିଲେ ରାଜ୍ୟ ସରକାର। ଗଭର୍ଣ୍ଣିଂ ବଡି ଭାଙ୍ଗିବା ନେଇ ବିଜ୍ଞପ୍ତି ପ୍ରକାଶ କଲା ଉଚ୍ଚଶିକ୍ଷା ବିଭାଗ। ଗଭର୍ଣ୍ଣିଂ ବଡିରେ ଆଉ ସ୍ଥାନୀୟ ବିଧାୟକ ରହିବେନି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିବା ପରେ ଆଜି ଗଭର୍ଣ୍ଣିଂ ବଡିକୁ ଭାଙ୍ଗି ଦିଆଯାଇଛି।

ଏବେ ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜରେ ସଭାପତି ହେବେ ଏଡିଏମ୍‌। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏଡିଏମ୍‌ ରହିବେ କଲେଜ ସଭାପତି। ଏକାଧିକ ଏଡିଏମ୍‌ ଥିଲେ ଜିଲ୍ଲାପଳ ଜଣେ ଏଡିଏମ୍‌କୁ ଦାୟିତ୍ଵ ଦେବେ। ସେହିପରି ସଦର ମହକୁମା ବାହାରେ ଥିବା କଲେଜର ସଭାପତି ରହିବେ ଉପଜିଲ୍ଲାପାଳ।

କଲେଜକୁ ରଜନୀତି ମୁକ୍ତ କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଡିଗ୍ରୀ କଲେଜର ଗଭର୍ଣ୍ଣିଂ ବଡିରେ ନେତା ଓ ବିଧାୟକଙ୍କୁ ରଖାଯିବନି। ଏମାନଙ୍କ ବଦଳରେ ଶିକ୍ଷାବିତ୍‌ମାନଙ୍କୁ ଗଭର୍ଣ୍ଣିଂ ବଡିରେ ସ୍ଥାନ ଦିଆଯିବ ବୋଲି ସୂଚନା ଦେଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ।

Comment