ଓଡ଼ିଶାଲାଇଭ୍‌ ବ୍ୟୁରୋ

କେଏଲ୍‌ ରାହୁଲଙ୍କ ଦମ୍‌ଦାର ବ୍ୟାଟିଂ ଯୋଗୁଁ ପୁଣି ଜିତିଲା ଭାରତ। ପ୍ରଥମ ଟି-୨୦ ପରେ ଏବେ ଦ୍ଵିତୀୟ ଟି-୨୦ରେ ମଧ୍ୟ ବିଜୟ ହାସଲ କରିଛି ଭାରତ। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟରେ ହରାଇଛି ଭାରତ। ଏହାସହ ୫ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି ଭାରତ।

ଏହି ମ୍ୟାଚରେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ପୂର୍ବ ମ୍ୟାଚ ଭଳି ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିନଥିଲା। ଦଳ ପକ୍ଷରୁ ମାର୍ଟିନ ଗପ୍ଟିଲ ୩୩, କୋଲିନ ମୁନରୋ ୨୬ ଓ ଟିମ୍‌ ସେଇଫଟ୍‌ ୩୩ ରନ୍‌ କରିଥିଲେ। ଫଳରେ ଦଳ ୨୦ ଓଭରରେ ୫ ଓ୍ଵିକେଟ ହାରଇ ୧୩୨ ରନ୍‌ କରିଥିଲା।

ପରେ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ। ଦଳ ପକ୍ଷରୁ ରୋହିତ ଶର୍ମା ଓ ଲୋକେଶ ରାହୁଲ ପାଳି ଆରମ୍ଭ କରିଥିଲେ। ରୋହିତ ପ୍ରଥମ ଓଭରରେ ପାଭିଲିୟନ ଫେରିଯାଇଥିଲା। ପରେ ବିରାଟ କୋହଲି ମଧ୍ୟ ୧୧ ରନ୍‌ରେ ଆଉଟ ହୋଇଯାଇଥିଲେ। ପରେ ରାହୁଲଙ୍କ ସହ ଶ୍ରେୟାସ ଆୟର ପାଲି ସମ୍ଭାଳିଥିଲେ।

ଦଳ ପକ୍ଷରୁ ରାହୁଲ ସର୍ବାଧିକ ୫୭ ରନ୍‌ ଓ ଶ୍ରେୟାସ ଆୟର ୪୪ ରନ୍‌ କରିଥିଲେ। ଫଳରେ ଦଳ ୧୭ ଓଭରରେ ୩ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।

Comment