ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବିବାର ଜୟପୁର ମୁଖ୍ୟ ରାସ୍ତାରେ ଉପଖଣ୍ଡସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତକା ଉତ୍ତୋଳନ କରିଥିଲେ।

ଏହାପରେ ସମସ୍ତ ସ୍କୁଲ କଲେଜର ଏନ୍‌ସିସି, ସ୍କାଉଟ, ଗାଇଡ଼, ସିଭିଲିୟନ ଭଳି ୫୨ଟି ଗ୍ରୁପ ଏହି ପରେଡରେ ଭାଗ ନେଇଥିଲେ। ଏହାପରେ ଫେନ୍ସି ଡ୍ରେସ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ଶ୍ରେଷ୍ଠ ହୋଇଥିବା ପରେଡ ଏବଂ ଅନ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

Comment