ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ସରିଫ୍ ଚାଚା ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି।

ସେ ଏପରି ଜଣେ ବ୍ୟକ୍ତି ଯିଏ ବିନା କୌଣସି ଉଦ୍ଦେଶ୍ୟ ରଖି ୨୫ ହଜାର ଅଜଣା ଶବକୁ ସତ୍କାର କରିଛନ୍ତି। ଗୋଟିଏ କି ଦୁଇ ବର୍ଷ ପାଇଁ ନୁହେଁ ଦୀର୍ଘ ୨୫ ବର୍ଷ ଧରି ସେ ଏହି କାର୍ଯ୍ୟ କରିଆସୁଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶର ସରିଫ୍ ଚାଚା।କେନ୍ଦ୍ର ସରକାର ଗଣତନ୍ତ୍ର ଦିବସ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଏଥିରେ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୬ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଦେବା ପାଇଁ ନାଁ ଘୋଷଣା କରିଛନ୍ତି। ଏହି ତାଲିକା ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ଚେହେରା ସାଜିଛନ୍ତି ସରିଫ୍ ଚାଚା।

ଉତ୍ତରପ୍ରଦେଶର ଅଯୋଧ୍ୟାର ଖିଡକୀ ଅଲ୍ଲୀ ବେଗ୍ ଅଞ୍ଚଳରେ ରହୁଛନ୍ତି ସରିଫ୍ ଚାଚା। ତାଙ୍କର ପ୍ରକୃତ ନାଁ ହେଉଛି ମହମ୍ମଦ ସରିଫ୍। ସାଇକେଲ୍ ମରାମତି କରି ପେଟ ପୋଷିଥାନ୍ତି ସରିଫ୍। ହେଲେ ଏହାରି ମଧ୍ୟରେ ସେ ଗତ ୨୫ ବର୍ଷ ଧରି ଅଜଣା ଲୋକଙ୍କ ଶବ ସତ୍କାର କରିଛନ୍ତି। ଯେଉଁ କାରଣରୁ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛନ୍ତି।ଏପରିକି ସରିଫ୍ ଚାଚାଙ୍କ ଇସଲାମ୍ ଧର୍ମର ହୋଇଥିଲେ ମଧ୍ୟ ଉଭୟ ହିନ୍ଦୁ ଓ ମୁସଲମାନ ଶବକୁ ସମ୍ମାନର ସହ ସେ ସତ୍କାର କରିଥାନ୍ତି। ହିନ୍ଦୁମାନଙ୍କ ଶବକୁ ଦାହ କରିବା ସହ ମୁସଲମାନମାନଙ୍କ ଶବକୁ ମାଟିରେ ପୋତିଥାନ୍ତି ସରିଫ୍ ଚାଚା।

ଉତ୍ତରପ୍ରଦେଶର ଫୈଜାବାଦ ଓ ଏହାର ଆଖପାଖ ଅଞ୍ଚଳରେ ସେ ଜଣ ପରିଚିତ ଚେହେରା। ଯଦି କୌଣସି ଅନାଥ କିମ୍ବା ଅଜଣା ଲୋକ ସେ ଅଞ୍ଚଳରେ ମୃତ୍ୟୁବରଣ କରନ୍ତି ତେବେ ସାଙ୍ଗେ ସାଙ୍ଗେ ଶବ ସତ୍କାର ପାଇଁ ତାଙ୍କ ପାଖରେ ପହଞ୍ଚାଯାଇଥାନ୍ତି ସରିଫ୍ ଚାଚା। ଏଥିସହିତ ପଦ୍ମଶ୍ରୀ ସମ୍ମାନ ମିଳିବା ପରେ ମଧ୍ୟ ସେ ତାଙ୍କର ଏହି କାର୍ଯ୍ୟ ଜାରିରଖିବେ ବୋଲି କହିଛନ୍ତି।

Comment