ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ଭାଇରସ୍‌ ଲାଗି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଯାଞ୍ଚ କଡ଼ାକଡ଼ି କରାଯାଇଛି।

କାୟା ମେଲାଉଛି କୋରୋନା ଭାଇରସ୍‌। ଏଥିପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଦେଶ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କର ସ୍କ୍ରିନିଂ କରାଯାଉଛି। ଯାତ୍ରୀଙ୍କ ଯାଞ୍ଚ ପାଇଁ କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରାଯାଇଛି।

ଏହି ଡାକ୍ତରୀ ଟିମ୍‌ ବାହାରୁ ଆସୁଥିବା ଯାତ୍ରୀଙ୍କର ଯାଞ୍ଚ କରୁଛନ୍ତି। ଯଦି କୌଣସି ସନ୍ଦିଗ୍ଧ ଜିହ୍ନଟ ହୁଏ ତେବେ ତାଙ୍କର ଚିକିତ୍ସା କରିବା ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ଓ୍ୱାର୍ଡ ଗଠନ କରାଯାଇଛି।

ଅନ୍ୟପଟେ କୋରୋନା ମୁକାବିଲା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସବୁ ରାଜ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି।

ଏହି ଭୂତାଣୁ ସଂକ୍ରମଣରେ ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି। ଏହି ଭାଇରସ୍‌୧୫ଟି ଦେଶରେ ବ୍ୟାପିଥିବା ବେଳେ ୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି।

ଚୀନ୍‌ରେ ବସବାସ କରୁଥିବା କୌଣସି ଭାରତୀୟ ଆଜିସୁଦ୍ଧା କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇନାହାନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତରଫରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here