ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆସାମର ଗୌହାଟୀକୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା। ଅକ୍ଟୋବର ୨୯ ତାରିଖରୁ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏହି ରୁଟରେ ଦୈନିକ ବିମାନ ଚଳାଚଳ କରିବ। ଏନେଇ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଇଣ୍ଡିଗୋର ବିମାନ ପ୍ରତିଦିନ ୧ଟା ୨୫ରେ ଭୁବନେଶ୍ଵରରୁ ବାହାରି ଦିନ ୨ଟା ୫୫ରେ ଗୌହାଟୀରେ ପହଞ୍ଚିବ। ସେହିପରି ଅପରାହ୍ଣ ୩ଟା ୫୦ରେ ଗୌହାଟୀରୁ ବାହାରି ୫ଟା ୨୦ରେ ଭୁବନେଶ୍ଵରରେ ପହଞ୍ଚିବ।

ଓଡ଼ିଶାକୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ସହ ଯୋଡ଼ିବା ଲକ୍ଷ୍ୟରେ ଗୌହାଟିକୁ ଏହି ବିମାନସେବା ଆରମ୍ଭ କରାଯାଉଛି। ଗୌହାଟିକୁ ଯାଇ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ବହୁତ ସହଜରେ ଯାତାୟାତ କରିହେବ।

ଭୁବନେଶ୍ୱର-ଗୌହାଟି ରୁଟରେ ଯାତ୍ରୀଙ୍କ ବଢ଼ୁଥିବା ସଂଖ୍ୟାକୁ ଦେଖି ସିଧାସଳଖ ବିମାନ ସେବା ଆରମ୍ଭ କରିବାକୁ ଇଣ୍ଡିଗୋ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଯାତ୍ରୀଙ୍କ ସଂଖ୍ୟାକୁ ଦେଖି ଆଗକୁ ଭୁବନେଶ୍ୱରରୁ ଭାରତର ଅନ୍ୟ ସହରଗୁଡ଼ିକୁ ମଧ୍ୟ ବିମାନ ଚଳାଚଳ କରିବାକୁ ଯୋଜନା ରହିଛି।

Tags: #BijuPatnaikAirport #Bhubaneswar-GuwahatiFlightService #IndigoAirlines #DirectFlight

Comment