ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ରାମବାସୀ ଓ ମାଓବାଦୀ ମୁହାଁମୁହିଁ ହେବା ପରେ ମାଲକାନଗିରିରେ ପୋଲିସ ଛାଉଣୀ। ଯୋଡ଼ାମ୍ବ, ଜନ୍ତୁରାଇ, ସିନ୍ଦବେଡ଼ା ଗାଁକୁ କଡ଼ା ସୁରକ୍ଷାରେ ରଖାଯାଇଛି। ଗାଁ ଗାଁ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ଓ ଏସ୍‌ପି। ମାଓବାଦୀ ଜାଳି ଦେଇଥିବା ଘର ମାଲିକଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ଜାନୁଆରି ୨୬ରେ ମାଓବାଦୀମାନେ ମାଲକାନଗିରିର ଏକ ଗାଁରେ ୧୫ଟି ଘରେ ନିଆଁ ଲଗାଇଦେବା ସହ ୩ଜଣଙ୍କୁ ଅପହରଣ କରିନେଇଥିଲେ। ଏହାକୁ ପ୍ରତବାଦ କରି ଗାଁ ଲୋକ ପଥରମାଡ଼ କରିଥିଲେ। ପଥରମାଡ଼ରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିଲା।

ପାପରମେଟଲା ଥାନା ଅନ୍ତର୍ଗତ ଯୋଡ଼ଆମ୍ବ ଗାଁରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟକୁ ମାଓବାଦୀମାନେ ବିରୋଧ କରିଥିଲେ। ଏହି କଥାକୁ ନେଇ ମାଓବାଦୀ ଓ ଗ୍ରାମବାସୀଙ୍କ ମଧ୍ୟରେ ବଚସା ହେବାରୁ ମାଓବାଦୀମାନେ ଗୁଳିଚାଳନା କରିଥିଲେ। ପରେ ଗ୍ରାମବାସୀମାନେ ଟେକା ପଥରମାଡ଼ କରିଥିଲେ।

Comment