ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟୁଜିଲାଣ୍ଡ ମାଟିରେ ଇତିହାସ ରଚିବା ଲକ୍ଷ୍ୟରେ ଭାରତ। ଆଉ ଗୋଟିଏ ମ୍ୟାଚ ଜିତିଲେ ଏହି ଇତିହାସ ରଚିବ ଭାରତ। ଯଦି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ ଜିତି ଯାଏ, ତେବେ ଭାରତ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଥର ପାଇଁ ସିରିଜ ଜିତିବାର ରେକର୍ଡ କରିବ।

ଭାରତ ପୂର୍ବରୁ କେବେ ବି ନ୍ୟୁଜିଲାଣ୍ଡ ମାଟିରେ ସିରିଜ ଜିତିବାର ସୌଭାଗ୍ୟ ପାଇନାହିଁ। ଏହି ୫ ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଆଉ ଗୋଟିଏ ମ୍ୟାଚ ଜିତିଲେ ଏହି ଇତିହାସ ରଚିବ। ତେଣୁ ଭାରତକୁ ଇତିହାସ ରଚିବାକୁ ଆଉ ଗୋଟିଏ ମ୍ୟାଚରେ ବିଜୟ ଆବଶ୍ୟକ।

ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟରେ ପରାସ୍ତ କରିଥିଲା। ପରେ ଦ୍ଵିତୀୟ ଟି-୨୦ରେ ମଧ୍ୟ ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟରେ ପରାସ୍ତ କରି ଏହି ସିରିଜରେ ୨-୦ରେ ଆଗୁଆ ରହିଛି ଭାରତ।

ତୃତୀୟ ଟି-୨୦ ମ୍ୟାଚ ବୁଧବାର ଦିନ ଖେଳାଯିବ। ଏହି ମ୍ୟାଚରେ ଭାରତ ବିଜୟୀ ହୋଇ ଇତିହାସ ରଚିବା ଲକ୍ଷ୍ୟରେ ରହିବ। ସେହିପରି ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ଜିତି ସିରିଜକୁ ଫେରିବା ଲକ୍ଷ୍ୟରେ ରହିବ।

Comment