ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯାଜପୁର ଦାନଗଦିରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀକୁ ନେଇ ଏବେ ଚିନ୍ତାରେ ବନ ବିଭାଗ। ହାତୀ ସ୍ଥାନାନ୍ତର କରିବାକୁ ମିଳୁନି ଜାଗା। ଯେଉଁଠି ସ୍ଥାନାନ୍ତର ହେଉଛି ସେଠାରେ ବିରୋଧ କରାଯାଉଛି।

ଦାନଗଦି ଅଞ୍ଚଳରେ ୧୦ ଧରି ଆତଙ୍କ ସୃଷ୍ଟି କରିଥିଲା ଦନ୍ତା ହାତୀ। ଏହି ହାତୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ହାତୀ ଉପଦ୍ରବକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ ଦାନଗଦି ଅଞ୍ଚଳ ଲୋକେ। ନରହନ୍ତା ହାତୀକୁ ଧରିବା ଦାବିରେ ଲୋକେ ଟାୟାର ଜାଳି ରାସ୍ତା ରୋକ କରିଥିଲେ। ଶେଷରେ ବନ ବିଭାଗ ଦନ୍ତାକୁ ଟ୍ରାଙ୍କୁଲାଇଜର ମାଧ୍ୟମରେ ଧରିବାକୁ ସଫଳ ହୋଇଥିଲା।

ଧରାପଡ଼ିବା ପରେ ହାତୀକୁ ମଙ୍ଗଳବାର ଟ୍ରକ ଯୋଗେ କଟକ ଡାଲିଯୋଡ଼ା ରେଞ୍ଜର କୁସୁନପୁର ଜଙ୍ଗଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଥାନୀୟ ଲୋକ ବିରୋଧ କରିଥିଲେ। ସେଠାରେ ମଧ୍ୟ ହାତୀ ଉତ୍ପାତ ସୃଷ୍ଟି କରିବ ବୋଲି ଲୋକେ ଅଭିଯୋଗ କରିବା ପରେ ବନ ବିଭାଗ ହାତୀକୁ ଫେରାଇ ନେଇଥିଲା।

Comment