ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପିରେ ମିଶିଲେ ବ୍ୟାଡମିଣ୍ଟନ ତାରକା ସାଇନା ନେହ୍ୱାଲ। ବ୍ୟାଡମିଣ୍ଟନରେ ଢେର ସଫଳତା ପାଇବା ପରେ ଏବେ ରାଜନୀତିରେ ଭାଗ୍ୟ ପରୀକ୍ଷା କରିବେ ସାଇନା ନେହ୍ୱାଲ।
ବୁଧବାର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ପଦ୍ମ ଧରିଛନ୍ତି। ସାଧାରଣ ସଂପାଦକ ଅରୁଣ ସିଂଙ୍କ ଉପସ୍ଥିତିରେ ସାଇନାଙ୍କ ସହ ତାଙ୍କ ବଡ଼ ଭଉଣୀ ଚନ୍ଦ୍ରାଂଶୁ ନେହ୍ୱାଲ ମଧ୍ୟ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି।
‘‘ବ୍ୟାଡମିଣ୍ଟନ ଖେଳି ମୁଁ ଦେଶ ପାଇଁ ଗୌରବ ଆଣିଛି। ବିଜେପି ଏକ ଏଭଳି ରାଜନୈତିକ ଦଳ, ଯାହା ଦେଶ ପାଇଁ କାମ କରୁଛି। ଏହି ଦଳରେ ମିଶି ମୁଁ ମଧ୍ୟ ଦେଶ ପାଇଁ କିଛି କରିବାକୁ ଚାହୁଁଛି’’, ବିଜେପିରେ ଯୋଗ ଦେବା ପରେ କହିଛନ୍ତି ସାଇନା ନେହ୍ୱାଲ।
ସେ ଆହୁରି କହିଛନ୍ତି, ‘‘ବିଜେପିର ସାମିଲ ହେବାର କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କ୍ରୀଡ଼ାକୁ ପ୍ରୋତ୍ସାହିତ କରନ୍ତି। ତାଙ୍କ ଦ୍ୱାରା ପ୍ରେରିତ ହୋଇ ମୁଁ ବିଜେପିରେ ସାମିଲ ହୋଇଛି।’’


















