ଓଡ଼ିଶାଲାଇଭ୍‌ ବ୍ୟୁରୋ

ତପ୍ତପାଣି ଘାଟିରୁ ବସ୍‌ ଓଲଟିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାୟଗଡ଼ା କାଶୀପୁରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ବସ୍‌ ମଙ୍ଗଳବାର ରାତି ପ୍ରାୟ ୩ଟା ବେଳେ ମୋହନା ବ୍ଲକ୍‌ ଅନ୍ତର୍ଗତ ତପ୍ତପାଣି ଘାଟିରେ ଓଲଟି ପଡ଼ିଥିଲା। ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ଅସ୍ପଷ୍ଟ ହୋଇଯାଇଥିବା କାରଣରୁ ବସ୍‌ଟି ଘାଟିରୁ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହାସହ ୪୦ରୁ ଅଧିକ ଆହତ ହୋଇଛନ୍ତି। ଏବେ ବି ଅନେକ ଯାତ୍ରୀ ବସ୍‌ ଭିତରେ ଚାପି ରହିଥିବା ଜଣାପଡ଼ିଛି। ଗ୍ୟାସ୍‌ କଟର ଯୋଗେ ବସ୍‌ର ଡୋର କାଟି ଉଦ୍ଧାର କାର୍ଯ୍ୟ କରାଯାଉଛି।

ଗୁରୁତର ଭାବେ ଆହତମାନଙ୍କୁ ଦିଗପହଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘନ କୁହୁଡ଼ି ଯୋଗୁଁ ରାସ୍ତା ଅସ୍ପଷ୍ଟ ହୋଇଯିବାରୁ ଭାରସାମ୍ୟ ହରାଇ ବସ୍‌ଟି ତପ୍ତପାଣି ଘାଟିରୁ ୩୦ଫୁଟ୍‌ ତଳକୁ ଖସି ପଡ଼ିଛି।

Comment