ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁର ଉପକାରାଗାରରେ ଜଣେ କଏଦୀ ସ୍ପିରିଟ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କଏଦୀଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କଏଦୀ ଜଣକ ହେଲେ ପ୍ରଶାନ୍ତ ସେଠିଆ।

ପ୍ରଶାନ୍ତ ଦୀର୍ଘ ୪ ବର୍ଷ ହେଲା ଜେଲରେ ଏକ ହତ୍ୟା ମାମଲାରେ ସଜା କାଟୁଥିଲେ।

ବୁଧବାର କୌଣସି କାରଣରୁ ପ୍ରଶାନ୍ତ ସ୍ପିରିଟ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆଉ ତାଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ଜଣାପଡ଼ିଛି। ଆତ୍ମହତ୍ୟାର କାରଣ ସମ୍ପର୍କରେ ଜାଣିବାକୁ ଜେଲ କର୍ତ୍ତୃପକ୍ଷ ଉଦ୍ୟମ କରୁଛନ୍ତି।

Comment