ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାମିଆରେ ସିଏଏ ବିରୋଧ ପ୍ରଦର୍ଶନ ବେଳେ ଆଖିବୁଜା ଗୁଳି ଚଳାଇଲା ଯୁବକ।

ସିଏଏ ତାତି ଥମିବାର ନାଁ ଧରୁନି। ଆଜି ଜାମିଆ ମିଲିଆ ଇସଲାମିଆ ବିଶ୍ଵବିଦ୍ୟାଳୟ ଅଞ୍ଚଳରେ ସିଏଏ ବିରୋଧ ବେଳେ ଜଣେ ବ୍ୟକ୍ତି ଖୁଲମଖୁଲା ଗୁଳି ଚଳାଇଛି। ବହୁ ସଂଖ୍ୟରେ ପୋଲିସ ସୁରକ୍ଷା ଥାଇ ବି ଯୁବକ ଜଣକ ଆଖିବୁଜା ଗୁଳି ଚାଳନା କରିଥିଲେ।

ଏହି ଘଟଣାରେ ଜଣେ ଯୁବକ ଆହତ ହୋଇଛନ୍ତି। ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସିଏଏ ବିରୋଧରେ ଜାମିଆଠାରୁ ରାଜଘାଟ ଯାଏଁ ରାଲି ଚାଲୁଥିଲା। ଏହି ସମୟରେ ଏହି ଗୁଳିକାଣ୍ଡ ଘଟିଛି। ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ଜାମିଆ ଛାତ୍ରଛାତ୍ରୀଙ୍କ ଆଡ଼କୁ ବନ୍ଧୁକ ଦେଖାଇ କହୁଥିଲା ଦିଲ୍ଲୀ ପୋଲିସ ଜିନ୍ଦାବାଦ୍‌, ଜାମିଆ ମୁର୍ଦ୍ଦାବାଦ।

ଗୁଳିକାଣ୍ଡ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ଯୁବକଙ୍କଠାରୁ ପିସ୍ତଲ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ପୋଲିସ।

Comment