ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ନିକଟରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବନି। ଯିଏ ଏଭଳି କାଣ୍ଡ ଘଟାଇଛନ୍ତି ତାଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ସିଏଏ ଏବଂ ଏନ୍ଆର୍ସିକୁ ବିରୋଧ କରି ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ନିକଟରୁ ରାଜଘଟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାରିଥିଲା। ଏହି ସମୟରେ ଜଣେ ଛାତ୍ର ଗୁଳି ଚାଳନା କରିଥିଲେ। ଏଥିରେ ଜଣେ ଆହତ ହୋଇଛନ୍ତି। ଗୁଳି ଚାଳନା କରିଥିବା ଯୁବକ ନାବାଳକ ବୋଲି କୁହାଯାଉଛି।
ଏହି ଛାତ୍ର ଜଣକ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ର ବୋଲି କୁହାଯାଉଛି।
ଏପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏହି ଗୁଳିକାଣ୍ଡକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ବିଜେପିର ନେତା ମନ୍ତ୍ରୀ ହିଁ ଲୋକଙ୍କୁ ଗୁଳି ମାରିବାକୁ ଉସ୍କାଇଥିବା ସେ ଟୁଇଟ୍ କରି କହିଛନ୍ତି।


















