ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପରଓଭରରେ ପୁଣି ଜିତିଲା ଟିମ୍ ଇଣ୍ଡିଆ। ହାମିଲଟନ ପରେ ୱିଲିଙ୍ଗଟନରେ ମଧ୍ୟ ସୁପରଓଭରରେ ସୁପର ବିଜୟ ହାସଲ କରିଛି ଭାରତୀୟ କ୍ରିକେଟ୍ ଦଳ।
ଶୁକ୍ରବାର ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍ ଖେଳାଯାଉଥିଲା। ତୃତୀୟ ମ୍ୟାଚ୍ ଭଳି ଏହି ମ୍ୟାଚ ମଧ୍ୟ ଟାଇରେ ଶେଷ ହୋଇଥିଲା। ଦୁଇ ଦଳ ୨୦ ଓଭରରେ ସମାନ ୧୬୫ ରନ କରିଥିବାରୁ ସୁପରଓଭରର ସାହାଯ୍ୟ ନିଆଯାଇଥିଲା।
ସୁପରଓଭରରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ମୋଟ୍ ୧୩ ରନ୍ କରିଥିଲା। ଏହାପରେ ଟିମ୍ ଇଣ୍ଡିଆକୁ ସୁପରଓଭର ବିଜୟ ପାଇଁ ୧୪ ରନ୍ ଆବଶ୍ୟକ ହେଉଥିଲା। ଯାହାକୁ ଅତି ସହଜରେ ହାସଲ କରିନେଇଛି ବିରାଟ ବାହିନୀ।
ଏହି ବିଜୟ ସହ ଟି-୨୦ ସିରିଜରେ ଏବେ ଟିମ୍ ଇଣ୍ଡିଆ ୪-୦ରେ ଆଗୁଆ ରହିଛି। ସିରିଜର ଶେଷ ମ୍ୟାଚ୍ ଫେବ୍ରୁଆରି ୨ ତାରିଖରେ ଖେଳାଯିବ।

















