ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ରଙ୍କୁ କୋରୋନା ଆକ୍ରାନ୍ତ ସନ୍ଦେହ ଘଟଣା। ସନ୍ଦିଗ୍ଧ ଛାତ୍ରଙ୍କୁ କଟକ ଏସ୍‌ସିବି ପଠାଇଲା କନ୍ଧମାଳ ଜିଲ୍ଲା ପ୍ରଶାସନ। ୧୦୮ ଆମ୍ଵୁଲାନ୍ସ ଯୋଗେ ତାଙ୍କୁ ଏସ୍‌ସିବି ପଠାଯାଇଥିବା ଜଣାପଡ଼ିଛି। ହେଲେ ସେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଏହି ଡାକ୍ତରୀ ଛାତ୍ର ଜଣକ ଚୀନରେ ଏମ୍‌ବିବିଏସ୍‌ ପଢୁଥିଲେ। ଗତ ୧୧ ତାରିଖରେ ସେ ଓଡ଼ିଶା ଫେରିଥିଲେ। ଚୀନରୁ ଆସିବା ପରଠୁ ସେ ଅସୁସ୍ଥ ଅଛନ୍ତି। ତାଙ୍କୁ ଥଣ୍ଡା, କାଶ ଲାଗି ରହିଛି। ତାଙ୍କୁ କୋରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ସେ ନିଜେ ସନ୍ଦେହ କରିଥିଲେ।

ଫଳରେ ସେ ସିଡିଏମଓଙ୍କୁ ଚିଠି ଲେଖିଥିଲେ। ଚିଠି ପାଇବା ପରେ ଅସୁସ୍ଥ ଛାତ୍ରଙ୍କୁ କଟକ ଏସ୍‌ସିବି ମେଡିକାଲ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ ସିଡିଏମ୍‌ଓ। ପ୍ରଥମେ କନ୍ଧମାଳ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବର୍ତ୍ତମାନ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି।

Comment